ଏହି ମୋ ପବିତ୍ର ଉତ୍କଳ ପ୍ରଦେଶ ମୋର ଜନମ ଭୂମି, ,, l
ନାହିଁ ଏ'ଜଗତେ ତା'ସରି କିଏ ଆଉ ମୋ ମୋପାଇଁ,,,, ll
ସବୁଜିମା ରେ ପରିପୂର୍ଣ୍ଣ ଦିଶଇ ସେ 'ସରଗ ରାଇଜ ପରି,, l
ତାହାରି କଳା, କୌଶଳ ପ୍ରତିଭା ସାରାବିଶ୍ୱେ ଖେଳେଲହରୀ, ll
ମୋ ଭାଷା ଓଡ଼ିଆ ସବୁଠୁଁ ବଢିଆ ମଧୁର ତା'ର ସ୍ୱର,,, l
ମୋ ଠାକୁର 'କାଳିଆ' ସେହି' ପରା ଭକ୍ତ'ର ଗଲାହାର,, ll
ବୀର' ପ୍ରସବିନୀ ଏହି କଳିଙ୍ଗ ଭୂମି ଇତିହାସ ଗାନକରେ,, l
ଐର ଖାରବେଳ ଦୟାନଦୀ ତିରେ ରକ୍ତସ୍ରୋତ ବହିଯାଏ,, ll
ଏ' ଦେଶ, ଏ' ମାଟି ଅତି ପବିତ୍ର' ତା'ର ଜୀବନରେଖା,,, l
କଳା କରିଗରେ ତା'ସମ ସରି ନାହିଁ ପଥରେ ତା'ନାଁଲେଖା,, ll
ଲେଖକ :-ନିଲେଶ କୁମାର ଭୋଇ( ବଲାଙ୍ଗୀର)
No comments:
Post a Comment