ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ସମ୍ପର୍କ - ଦେବିପ୍ରିୟା ଦାସ୍ , ଖୋର୍ଦ୍ଧା

         
           ::: ସମ୍ପର୍କ :::                          
ତିନୋଟି ଅକ୍ଷର ନାମଟି ତାହାର
କିନ୍ତୁ ଏହାର ଅର୍ଥ ଟି ଅଟେ ଭାରି ବିଶାଳ।
 ପୃଥିବୀର ମନୁଷ୍ୟ ଠୁ ଆରମ୍ଭ କରି 
 ଜୀବଜଗତ ଯାଏଁ ସଭିଏଁ ବନ୍ଧା ସମ୍ପର୍କର ସୁନ୍ଦର ଡୋରି ରେ।
ବିନା ସଂପର୍କ ର ଡୋରି ରେ ଏ
ଧରା ପୃଷ୍ଠରେ କେହି ବଞ୍ଚିତ ନ ପାରେ
ଏକୁଟିଆ ଜୀବନ ଭାରି ଦୁଃଖକର
ଯଦି ନଥାନ୍ତି କେହି ଆପଣାର।
କିଛି ସମ୍ପର୍କ ଜନ୍ମ ରୁ ସୃଷ୍ଟି ହୋଇ ଥାଏ
ଆଉ କିଛି ମନୁଷ୍ୟ ତା ଚାଲିଚଳନ 
ଓ ବ୍ୟବହାର ଦ୍ଵାରା ନିଜେ ଗଢି ତୋଳିଥାଏ।
 ହେଲେ ସଂପର୍କ ଏବେ ହେଲାଣି ସ୍ବାଥପର
ଖାଲି ଛଳଣାର ଖେଳ ଅଟେ 
ଆଧୁନିକ ସମାଜର ସମ୍ପର୍କ।
କିଏ ପର ଆଉ କିଏ ଆପଣାର ଜାଣିବା 
 ଏଠି କଷ୍ଟ କର ବେପାର।
ନିଜର କହି ଏଠି କୂଅରେ
ଠେଲିବା ଲୋକଙ୍କ ନାହିଁ ଅଭାବ।
ଆଗରେ କହିବେ ମଧୁର ବଚନ
ଆଉ ପଛରୁ ମାରିବେ ଛୁରୀ ର ପାହାର।
କଳିଯୁଗ ପରା ସଂପର୍କ ର ମୂଲ୍ୟ
ଏଠି ପାଣିର ଗାର ସହ ସମାନ।
ଆଜି ଯେ କହିବ ମୁଁ ତୋ ଅତି ନିଜର
କାଲି  ସେ ପର ପରି କରିବ ବ୍ୟବହାର
ସଂପର୍କ ମାନେ ଏବେ ଖାଲି ସ୍ବାଥ ହାସଲ।
ସ୍ବାଥ ଥିଲା ଯାଏଁ ଏଠି ସବୁ ନିଜର
ସ୍ବାଥ ସରିଗଲା ପରେ ଏଠି କିଏ କାହାର।
ବାପାମାଆ ଲାଳନପାଳନ ଯେ 
କେତେ କଷ୍ଟ ସହି କରିଥିଲେ ପୁଅଝିଅ ର
ବଡ଼ ହେଲାପରେ ସେହି ପୁଅଝିଅ
ନିଜ ଖୁସି ପାଇଁ ତାଙ୍କୁ ଦୁନିଆ
ଆଗରେ କରନ୍ତି ଭାରି ହୀନିମାନ।
ସ୍ବାଥପର ବନ୍ଧନରେ ଏବେ ବନ୍ଧା ଏ ସମାଜ
ସ୍ବାଥ ପାଇଁ ହୋଇ ଯାଏ ଭାରି ନିକଟତର।
ସ୍ବାଥ ପୂରଣ ପରେ କହିବେ 
କିଏ କି ତମେ ଆମର
ତମକୁ କିଏ ଏବେ ପଚାରେ।
ସମ୍ପର୍କ ମାନେ ଏବେ ଏକ ବ୍ୟାପର
ଲାଭ କ୍ଷତି ରେ ଏବେ ଗଢା ସଂପର୍କ ମଣିଷ ର।
ସଂପର୍କ ର ମୂଲ୍ୟ ଏବେ କିଛି ନାହିଁ
ଅଣ୍ଟି ଛୁରୀ ତଣ୍ଟି କାଟିବା ଏ
କଳିଯୁଗ ସମାଜର ପରମ୍ପରା।
ସଂପର୍କ ମାନେ ଏବେ ତୁଚ୍ଛ
କିଏ ନୁହେଁ ଏଠି କାହାର।

ଦେବିପ୍ରିୟା ଦାସ୍
                             ଭୁବନେଶ୍ଵର।

No comments: