:: ସମ୍ପର୍କ ::
------------------------------
'ସମ୍ପର୍କ ' ଏକ ସୁନ୍ଦର ପରିଭାଷା
କେବେ କାହାକୁ ଯୋଡ଼େ
ଆଉ କେବେ ଛାଡ଼େ
ତାହା ଜୀବନ ଦୋଛକିର ଘୋଷା I
କିଛି ସମ୍ପର୍କ ଠିକ୍ ଆକାଶ ପରି
ବିସ୍ତୃତ, ଆଖି ପାଏନି
ଆଉ କିଛି ପୃଥିବୀ ପରି
ଯାହାକୁ, ଜୀବନେ ଭୁଲି ହୁଏନି I
ତଥାପି, ଜୀବନ ସମ୍ପର୍କର ସମାହାର
ସମ୍ପର୍କ କେବେ ଆବେଗର
କେବେ ବିଶ୍ୱାସ ଓ ଭରସାର
ପୁଣି ନାମ ନଥାଏ, କିଛି ସମ୍ପର୍କର I
ଦେଖିନିଅ ତୁମ ଚାରିପାଖ
ପ୍ରକୃତି ସହ ସମ୍ପର୍କ, ବଂଚିବାର
ଜୀବ ସହ ସମ୍ପର୍କ, ମାନବିକତାର
ବାପା, ମା' ଙ୍କ ସହ ସ୍ନେହ ପ୍ରେମର
ଗୁରୁଙ୍କ ସହ ସମ୍ପର୍କ ଶିକ୍ଷାର
ଭଗବାନଙ୍କ ସହ ସମ୍ପର୍କ ଭକ୍ତିର
ଏ ସବୁ ସମ୍ପର୍କ ମନର.... I
ମଣିଷ ସ୍ନେହ ପ୍ରେମ କାଙ୍ଗାଳ ଜୀବଟିଏ
ଯେଉଁଠି ଏ ସବୁ ମିଳେ
ସେ ଦାସ ପାଲଟିଯାଏ
ସେଇ ସମ୍ପର୍କ ପାଖରେ I
ସମ୍ପର୍କର ଜନ୍ମ ମଣିଷ ଜନ୍ମରୁ
ସେ ସମ୍ପର୍କ ରକ୍ତର,
କେବେ ମା' ଅମୃତ ଧାରରୁ
ପୁଣି ସ୍ନେହବୋଳା ସ୍ପର୍ଶର.. I
ହୋଇପାରେ କିଛି ସମ୍ପର୍କ ସ୍ୱାର୍ଥର
ଦୀର୍ଘ ନୁହେଁ ଆୟୁ ତାହାର,
ଏମିତି ବି ଜୀବନେ ଆସେ ସମ୍ପର୍କ
ଯାହା ର ନାମ, ସଂଜ୍ଞାହୀନ ସମ୍ପର୍କ.... I
ପ୍ରୀତିସୀମା ସ୍ୱାଇଁ, ଆନନ୍ଦପୁର, କେନ୍ଦୁଝର
No comments:
Post a Comment