ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

କାର୍ଗିଲ୍ ବିଜୟ ଦିବସ - ଅଧ୍ୟାପିକା ତେଜସ୍ଵିନୀ ସାମଲ , କେନ୍ଦ୍ରାପଡ଼ା

 ** କାର୍ଗିଲ ଵିଜୟ  ଦିଵସ **🇳🇪
        
ରାଜକନିକା, କେନ୍ଦ୍ରାପଡ଼ା 
ଅଧ୍ୟାପିକା 
ତୁଳସୀ ମହିଳା ମହାବିଦ୍ୟାଳୟ 
------------------------------------
ଉଣେଇଶି ଅନେଶତ 
ଜୁଲାଇ ଚବିଶ ତାରିଖ
ଅଟେ ଭାରତପାଇଁ
ଆମ ଗର୍ବ ଓ ଗୌରବର ଦିନ
ସୁନାର ଭାରତର ସ୍ଵପ୍ନ ପାଇଁ 
ହସି ହସି  ନିଜକୁ କଵରରେ 
         ଦେଲେ ଚଢାଇ

ପାକିସ୍ଥା ନ ସାଥେ ଲଢିବାକୁ 
                      ଯାଇ
କେତେ ଵୀର ଜଵାନ
ଯୁନ୍ଧ ଭୂମିରେ ହରାଇଲେ  
                   ଜୀଵନ
ଲିଭିଗଲା କେତେ ମଥା ସିନ୍ଦୁର
ମା ଠାରୁ ପୁଅ ହେଲା ପର
ବୁକୁଫଟା ଚିତ୍କାରରେ ଉତ୍କଳଭୂମି
ଗାଉଥିଲା କରୁଣ  ଗାନ 
                                           
କଠିନ ପରୀକ୍ଷା ମୃତ୍ୟୁ ର ଦ୍ଵାରେ
                  ଛିଡା ହୋଇ
ଗୁଳିରେ ଦଗ୍ଧ ହୋଇ ଲଢିଲେ 
           ଆମ ଦେଶ ପାଇଁ 
ଜାତୀୟ ପତାକା ଟେକ ରଖି 
                ବାକୁ ଯାଇ
ଶତ୍ରୁର ବନ୍ଧୁକ ମୁନରେ ଦେଲେ 
                ଛାତି ପତାଇ

ଜାଗ୍ରତ ପ୍ରହରୀ ସୈନ ସାମନ୍ତ
ଯୁନ୍ଧ ଭୂମିରେ ହରାଇଲେ  
                   ଜୀଵନ
ଲହୁରେ ଭିଜିଲା ଭଉଣୀର  
                  ରାକ୍ଷୀ 
ଦାମ୍ପତ୍ୟ ଜୀଵନର ଖୁସି ଗଲା 
              ନିମିଷକେ ଉଭେଇ
ମର ଶରୀର ରେ ଲୋଟିଗଲା 
                    ଋଣଭୂମି
ରକ୍ତରେ ଭିଜିଗଲା  ସାରା ମାଟି
             
ଆମର ଗର୍ଵ ସୈନ ସାଜି ମେରୁ 
                         ଦଣ୍ଡ  
ନିଜର କର୍ତ୍ତବ୍ୟକୁ ଆପଣାର ମଣି
ଦରଦୀ ଭରା ହସ ନେଇ
ଦେଶ ଜାତିର ସୁରକ୍ଷା ପାଇଁ 
ନିଜକୁ କରି ତୁଛ  ଦେଇଦେଲେ 
                     ପ୍ରାଣବଳି
ସହୀଦ ହୋଇ ଭାରତକୁ
          କରିଲେ ବିଜୟ

ନିଜର  ସଵୁ ଶ୍ରମ ଦେଇ
ଅଦ୍ୟମ ଧୈର୍ଯ୍ୟ, ସାହାସ  
              ପରାକ୍ରମ ଵଳେ
 ଵିପଦକୁ ଟାଳିଦେଲେ
ଭାରତ ମାତାର ଜୀଵନ ପାଇଁ 
       ଲହୁଲୁହାଣ ହୋଇଲେ
 ଲୁହ ବୁନ୍ଦର ଟୀକା ନେଇ
ପାଞ୍ଚ ଶହ ଛଵିଶି ଶୋଇଗଲେ
               ଅମର ଆମରଣେ

ସଵୁ ବାଧା ଏଡାଇ ପିନ୍ଧିଲେ 
           ଵିଜୟ ର ତିଳକ
ବନ୍ଦେ ଉତ୍କଳ ଜନନୀ କରି ଗାନ
ଉଡାଇଲେ ତ୍ରିରଙ୍ଗା ର ଧ୍ଵଜ
ଖେଳିଗଲା ସଭିଙ୍କ ମୁଖରେ ହସ
ଶତ୍ରୁ ଆଗେ ମଥା କରି ଉଚ୍ଚ 
ରହିଗଲା ଭାରତଭୂମିର ଯଶ
       
ଆମ ଵୀର  ସାଜି ଶାନ୍ତି ର ଦୂତ 
 ଶତ୍ରୁ କୁ  କରିଲେ ପରିହତ               
ତାଙ୍କରି ସ୍ମୃତିକୁ କରି ଧାରଣ
ଏଇ ଆମ ଦେଶ ପାଳୁଛି କାର୍ଗିଲ 
                         ଦିଵସ

ଶହୀଦଙ୍କ ପାଇଁ କୋଟି କୋଟି 
                   ଦଣ୍ଡଵତ
ତାଙ୍କରି ପାଇଁ ଆଜି ନିର୍ଭୟରେ 
      ଆମେ ଜୀଉଛେ ଜୀଵନ
ଏମିତି ସନ୍ତାନକୁ ପାଇ ଆଜି 
ଭାରତ ମା ହୋଇଛି ଗର୍ଵିତ
ଜୟ ଜୟ ଏଇ ଆମ ମାତୃକାର 
                      ଦେଶ
ସଭିଏଁ ଆସ ଉଚ ସ୍ଵରେ କହିଵା
     ଜୟ  ଜବାନ ଜୟ କିଷାନ।

✍️ ତେଜସ୍ଵିନୀ ସାମଲ 
କେନ୍ଦ୍ରାପଡ଼ା

No comments: