*** କାର୍ଗିଲ୍ ବିଜୟ ଦିବସ ***
ଭାରତ ନାମ ଶ୍ରେଷ୍ଠ ଏ ବିଶ୍ୱରେ
ପରିଚୟ ପୁତ ପବିତ୍ର
କୋଣେ ଅନୁକୋଣେ ଶାନ୍ତି ବାର୍ତ୍ତା ପ୍ରେରି
ଗୈାରବହ ଅଟେ ସର୍ଵତ୍ର ।
ବିଶ୍ୱେ ଆଲୋକ ବିଛୁରିତ କରି
ତିମିର କରିଛି ନାଶ
ସୁନାର ଭାରତ ଚୂନାର ଉଦ୍ଦେଶ୍ୟେ
ଅରିଏ ହୋଇଲେ ବସ ।
ପାପୀ ପାକିସ୍ଥାନ ହୋଇଲା ଉଛ୍ଛନ୍
ହରିବାକୁ କାଶ୍ମୀର ସ୍ୱର୍ଗ
ସେ କି ଜାଣିଥିଲା ମୋ ଦେଶ ଜବାନ
ଭାରତର ବଡ଼ ଗର୍ବ ।
ଛଳ ବଳ କଷି ସୀମାନ୍ତରେ ପଶି
ଆତଙ୍କିତ କଲା ପ୍ରାଣ
ନିରିହ ଜନତା ବଳି ପଡୁଥିଲେ
ମୋଟାର ମାଡରେ ଜାଣ ।
ସହିବାର ଶକ୍ତି ବଳି ଯାଇଥିଲା
ଗୁଳିଗୋଳା ଖାଇଖାଇ
ମୋ ଦେଶ ଜବାନ ସହିଦ୍ ହୋଇଲେ
ରକ୍ତେ ଜୁଡୁବୁଡୁ ହୋଇ ।
ଶପଥ କରିଲେ ନାଶିବାକୁ ଅରି
ପ୍ରାଣ ପଛେ ଆମ ଯାଉ
ଭାରତ ମା'ର ନା କୁ ରଖିବୁ
ଛଡାଇବୁ ତାଙ୍କ ଭାଉ ।
ତିରିସି ହଜାର ସୈନ୍ୟ ଛାଇଥିଲେ
ଲଢି ରଖିବାକୁ ଟେକ
ଅଖଣ୍ଡ ଭାରତ ରଖିବା ପାଇଁକି
ଦେଇଥିଲେ ନିଜ ବେକ ।
ଘୋର ରଢିଦେଇ ରଣେ ହେଲେ ବାଇ
ମରଣେ ନ ରଖି ଡର
ମରିବୁ ପଛକେ ହାରିବୁନି ଆମେ
(ଦେଶର ଗୈ।ରବେ)
ଜୀବନ କରିଛୁ ପର।
ମରିଲେ ଅନେକ ମାରିଲେ ଅନେକ
କଲେ କିନ୍ତୁ ଜୟ ଲାଭ
କାରଗିଲେ ଉଡିଲା ବିଜୟର ଧ୍ଵଜା
ଉତାରିଲେ ମନୁ କ୍ଷୋଭ ।
ଆଜିର ଦିନରେ ବିଜୟ ଦିବସ
ଘୋଷାହେଲା ସେହି ଦିନୁଁ
ଭାରତ ମା ର ଜବାନ ବିରତ୍ୱ
ଭୁଲିଲାକି ?ପାକିସ୍ଥାନ ତାର ମନୁ ।
ରେଣୁକା ସାମଲ
ପଞ୍ଚାୟତ ସମିତି କଲେଜ,
ରାଇଘର,ନବରଙ୍ଗପୁର ।
No comments:
Post a Comment