ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

କାର୍ଗିଲ୍ ବିଜୟ ଦିବସ - ସପନା ସିଂହ , ଝାରସୁଗୁଡା


       :: କାର୍ଗିଲ ବିଜୟ ଦିବସ :: 

ସନ ଉଣେଇଶ ଶହ ଅନେଶତ... 
ସାଜିଲା ନିରବ ଦ୍ରଷ୍ଟା.. 
ଭାରତ -ପାକ ର ତୁମୁଳ ଯୁଦ୍ଧ ଟି.. 
ଯୋଡ଼ିଲା ବିଶ୍ୱ ଇତିହାସେ ଏକ ନୂଆ ପୃଷ୍ଠା... (1)

ଅନେକ ମୁହୂର୍ତ୍ତ ଅନେକ ଦିନ.. 
ବିଶ୍ୱ ଇତିହାସେ ହେଇଛି ଯୋଡ଼ା.. 
ପାକିସ୍ତାନ ର ଜଘନ୍ୟ କାଣ୍ଡ ପାଇଁ.. 
ହେଇଛି ଭାରତ କୁ ଜାତିସଙ୍ଘ ର ସାହାଯ୍ୟ ଲୋଡ଼ା..  (2)

ଯିଏ ଯେତେ ନ୍ୟାୟ କଲେ ବି.. 
ଅବଜ୍ଞା କି କେବେ ମାନେ ନିୟମ??? 
ଦୁଶ୍ଚରିତ୍ର ଓ ନିର୍ଲଜ ଯିଏ.. 
ତା ପାଖେ ଖୋଜିବା କାଇଁ ସରମ !!! (3) 

ଭାରତ ମାତା ର ମୁକୁଟ ସାଜିଣ.. 
ଶୋଭା ପାଉଛି ଆମର କାଶ୍ମୀର.. 
ଅନୁପମ ସୋନ୍ଦର୍ଯ୍ୟ ର ଚାଙ୍ଗୁଡ଼ି ଧରିଣ..
କରୁଛି ପାକିସ୍ତାନ ର ଇର୍ଷା କୁ ତୀବିର..  (4)

କାଶ୍ମୀର ପାଇଁ ଲାଳସା ଏତେ.. 
ପାକିସ୍ତାନ ହୃଦୟୁ ହେଲା ଯେ କ୍ଷରଣ.. 
ଲୁଚି ଛପି ସେ କାର୍ଗିଲ ପଟୁ.. 
କଲା ପାଞ୍ଚ ହଜାର ସୈନିକ ପ୍ରେରଣ.. (5)

ଅଠର ହଜାର ଫୁଟ ଉଚ୍ଚେ.. 
କାର୍ଗିଲ ଆମର ବିରାଜମାନ.. 
ତିନି ମଇ ରେ ଜଣେ ମେଣ୍ଢା ପାଳକ.. 
କରିଲା ସେଠି କିଛି ସନ୍ଦେହଜନକ ସ୍ଥିତି ର ଅନୁଧ୍ୟାନ.. (6)

ଖବର ପାଇଣ ଏ ବିଷୟେ.. 
ଭାରତୀୟ ଦୃଢ଼ ପରିକର ଯବାନ.. 
ସଙ୍ଗେ ସଙ୍ଗେ ସେଠି ଆରମ୍ଭ କଲେ...
ପ୍ରତିପକ୍ଷ ପ୍ରତି ଜରୁରୀ କାର୍ଯ୍ୟାନୁଷ୍ଠାନ..  (7)

ବରଫ ଆଚ୍ଛାଦିତ କାର୍ଗିଲ ସାଜିଲା.. 
ଭୟାବହ ରଣକ୍ଷେତ୍ର.. 
ତିନି ମାସ ର ଯୁଦ୍ଧ ରେ ସେଠି.. 
ଶୁଣାଗଲା ଖାଲି ଗୁଳି ଗୋଳା ର ଶବ୍ଦ... (8)

ପାଞ୍ଚ ଶହ ସତେଇଶ ରୁ ଅଧିକ ଯବାନ.. 
ଦେଲେ ନିଜର ପ୍ରାଣ ର ଆହୁତି.. 
ତେର ଶହ ରୁ ବି ଅଧିକ ସୈନିକ ଆହତ ହେଇ.. 
ଦେଲେ ଆମକୁ ବିଜୟ ପ୍ରତିଶୃତି..  (9)

" ଅପରେସନ ବିଜୟ " ଅଭିଯାନ ସହ.. 
ବାୟୁସେନା ଗଲେ ସ୍ଥଳ ସେନା ସହ ମିଳି.. 
ବୀରତ୍ୱ ଓ ସାହାସିକତା ର ପରାକାଷ୍ଠା ସହ.. 
ଚଟାଇଲେ ଶେଷେ ପ୍ରତିପକ୍ଷ କୁ ଧୂଳି.. (10)

ଛବିଶ ଜୁଲାଇରେ  ଆଣିଦେଲେ ସେମାନେ.. 
ସମଗ୍ର ଭାରତୀୟ ଙ୍କ ପାଇଁ ବିଜୟ ପରମ... 
ଏହି ଦିନ ଟିକୁ ପାଳି 'କାର୍ଗିଲ ବିଜୟ ଦିବସ' ରୂପେ.. 
କରିବା ତାଙ୍କ ଅମର ଆତ୍ମା ର ସତଗତି ପାଇଁ କାମନା ଶୁଭମ..  (11)

ପାଳୁଛୁ ପାଳିବୁ 'କାର୍ଗିଲ ବିଜୟ ଦିବସ'..
ଆନନ୍ଦ ଓ ସହସ୍ର ଉଲ୍ଲାସେ...
ସହୃଦ ଶ୍ରଦ୍ଧାଞ୍ଜଳି ଅର୍ପି ସେ ବୀରପୁତ୍ର ଙ୍କୁ.. 
ଯେ ଶହେ କୋଟି ତଦୁର୍ଧ୍ଵ ଜନତା ଙ୍କ ସୁରକ୍ଷା ସକାଶେ.. 
ଠେଲି ଦେଲେ ନିଜକୁ କରାଳ ମୃତ୍ୟୁ ର ଝାସେ.. (12)

ଭୁଲି କି ହେବ ବୀର ଯବାନ ଙ୍କ.. 
ସେ ଅସୀମ ବୀରତ୍ୱ ଓ ସାହାସିକତା ର ଗାଥା !!
ଯେବେ ଯେବେ କାର୍ଗିଲ ଯୁଦ୍ଧ କଥା ମନେ ପଡ଼ିବ.. 
ସସମ୍ମାନେ ନଇଁ ଯିବ ଆପେ ଏହି ମଥା.. (13)

ଶୁଭକାମନା ସଭି ଭାରତ ବାସୀ ଙ୍କୁ ବିଜୟ ଦିବସେ ସଭିଙ୍କୁ ଅଭିନନ୍ଦନ.. 
ଯେତେ ଦିନ ଏ ହୃଦେ ପ୍ରାଣବାୟୁ ଥିବ.. 
କରିବା ଭାରତ ମାତା ତଥା ବୀର ଯବାନ ଙ୍କ ଜୟଗାନ.. (14)



ସପନା ସିଂହ
ବ୍ରଜରାଜନଗର 
ଝାରସୁଗୁଡା

No comments: