ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

କାର୍ଗିଲ୍ ବିଜୟ ଦିବସ - ଅଧ୍ୟାପିକା ସୁଶ୍ରୀ ମନ୍ଦାକିନୀ ପାଢୀ , ବରଗଡ଼

     :: କାର୍ଗିଲ୍ ବିଜୟ ଦିବସ ::

୧୯୯୯ ମସିହା ଜୁଲାଇ ମାସ ଚବିଶ
କିଛି ଗୋଟେ ଶଦ୍ଦ ହୁଏ ସଭିଙ୍କ ମନ କୁ କରେ ଗ୍ରାସ ।୧ ।
ବାରୁଦ ର ଶଦ୍ଦ, ନିଆଁ ର ଲେଲିହାନ ଶିଖା, ଶହୀଦ ମନର  ଆର୍ତ୍ତଚିତ୍କାର
ସାଇକେଲ ପରି ଶଦ୍ଦ ସରସର୍
ଆନ୍ଦୋଳିତ କରିଦିଏ ଜୀବନ ଓ ଆତ୍ମା ର ।୨ ।
ଭାରତ ମାଆ ର ସନ୍ତାନ ସେଯେ
ବୀର ସୈନିକ ଯୋଦ୍ଧା
ମାଆ ର ସମ୍ମାନ ବଜାୟ ରଖିବା ପାଇଁ ମନରେ ନ ରଖି ଦ୍ଵିଧା ।୩ ।

କମାଣ ଗର୍ଜନେ ହୋଇଥିଲା କାର୍ଗିଲ ପ୍ରକମ୍ପିତ
ଶତ୍ରୁ ସେନା ର ନୀଚ ପ୍ରୀତି ପାଇଁ
ନହୋଇ ଭୟଭୀତ
ଭାଇ ର ସମ୍ମାନ ଦେଲା ପାକିସ୍ଥାନ
ବନ୍ଧୁକ ମୁନ ରେ ଲେଖି
ନିର୍ଯ୍ୟାତିତ କରି ଦେଲା ଉପହାର
କାରଗିଲ ତାର ସାକ୍ଷୀ ।୪ ।

ଧୂଳି ସାତ୍ କରି କରାଳ ମୃତ୍ୟୁ
ସୀମା ହୀନ ଅନନ୍ତ ଦୂରେ
ଜ ଉମୁଦ ଦିଆ ଆତ୍ମା ମାନେ
ପଡି ରହନ୍ତି ଭାରତ ମାଆ ର ମାଟିରେ ।୫ ।

ଚକ୍ରବ୍ୟୁହ ମଧ୍ୟରେ ଅଭିମନ୍ୟୁ ର କୋମଳ ଶରୀର କୁ ଶାଗୁଣା ମାନେ ଖାଇ ଯାଆନ୍ତି,,,,,,,,,,,,,,
କ୍ରନ୍ଦନର ରୋଳ ଭାସି ଆସେ
ପତ୍ନୀ ର ସିନ୍ଦୁର ଲିଭିଯାଏ
ମାଁ କୋଳରୁ ପୁତ୍ର ମୋହ ତୁଟିଯାଏ
କାହାର ପିତା ହଜିଯାଏ ।୬।

ଧର୍ମ ନିରପେକ୍ଷ ଭାରତ ଭୂଇଁ ରେ
ସେଇତ ଯୁଧିଷ୍ଠିର
କେନ୍ଦ୍ର ବିନ୍ଦୁ ଚିର ଶାଶ୍ଵତ ଭାରତୀୟ ଭାବନାର
ପାଲଟି ଯାଆନ୍ତି ବୀର ଯୋଦ୍ଧା
ଉତ୍ସର୍ଗୀକୃତ ହାତେ
ଚିରନମସ୍ୟ ଚିରନମସ୍ୟ ତ୍ରିରଙ୍ଗା ତଳେ
ଶପଥ କରୁ ଆମେ ସମସ୍ତେ।୭।
🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳
ସୁଶ୍ରୀ ମନ୍ଦାକିନୀ ପାଢୀ
ରାଜନୀତି ବିଜ୍ଞାନ ଅଧ୍ୟାପିକା
ପଦ୍ମପୁର ବରିକେଲ
ଜିଲ୍ଲା ବରଗଡ଼
ପିନ୍,୭୬୮୦୩୬

No comments: