ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

କାର୍ଗିଲ୍ ବିଜୟ ଦିବସ - ରାମ ଚନ୍ଦ୍ର ମହାନ୍ତି , ଗଞ୍ଜାମ


  :: କାର୍ଗିଲ ବିଜୟ ଦିବସ ::

ଉଣେଇଶ ଶହ ଅନେଶୋତ ଜୁଲାଇ ଛବିଶ
ରଚି ଅଛି ଇତିହାସ
ସାରା ଭାରତରେ ପାଳନ ହେଉଛି
କାର୍ଗିଲ ଜୟ ଦିବସ।।

ଶତ୍ରୁ ପାକିସ୍ଥାନ ମୁଜାହିଦ୍ଦୀନ ଙ୍କ
କବଳେ କାର୍ଗିଲ ଥାଇ
ଭାରତ ମାତାଙ୍କ ସୁରକ୍ଷା ନିମନ୍ତେ
ଯାଇଥିଲେ ବୀର ଧାଇଁ।।

କେତେ କେତେ ବୀର ଶହୀଦ ହୋଇଲେ
ଶତ୍ରୁ ସୈନିକ ହାତରେ
ତଥାପି ବିଜୟୀ ଭାରତୀୟ ସୈନ୍ୟ
ରଖିଲେ କିର୍ତ୍ତୀ ବିଶ୍ୱରେ।।

ସେ ବୀର ଶହୀଦ ଅମର ଆତ୍ମାର
ସଦ୍ ଗତି କାମନା କରି
ପାଳନ ହେଉଛି ବିଜୟ ଦିବସ
ସ୍ମୃତି ଚାରଣ ସବୁରି।।

କର୍ଣେଲ୍ ଗୋବିନ୍ଦ ଥିଲେ ଲେଫ୍ଟନାଣ୍ଟ
ପୁଅ ହେମନ୍ତ ସହିତ
ବିଜୟ ଦର୍ପରେ ଶତ୍ରୁ ସୈନିକ ଙ୍କୁ
କରିଥିଲେ ପ୍ରତିହତ।।

ଗୋବିନ୍ଦ ଫେରିଲେ ବିଜୟୀ ବେଶରେ
ପୁଅ ଥିଲେ କାର୍ଯ୍ୟ ରତ
ଶତ୍ରୁ ପାକିସ୍ଥାନ ଏଲ୍ ଓ ସି ଠାରେ
ଗୁଳି ରେ ହୋଇଲେ ହତ।।

ସେ ହେମନ୍ତ ବୀର ଶତ୍ରୁ ପକ୍ଷ ଙ୍କ ର
ବଙ୍କର କରିଲେ ନଷ୍ଟ
ଅପୂର୍ବ ବୀରତ୍ଵ ସୂର୍ଯ୍ୟ ଚକ୍ର ପ୍ରାପ୍ତ୍
ସମ୍ମାନେ କର୍ଣ୍ଣେଲ ବିଷ୍ଟ।।

ଶତ୍ରୁ କବଳରୁ ଦେଶ ରକ୍ଷା କରି
ପିନ୍ଧିଲ ବିଜୟ ଟୀକା
ଧନ୍ୟ ହେ ଶହୀଦ ଶ୍ରଦ୍ଧାଞ୍ଜଳି ଘେନ
ଝୁରୁଛି ଦେଶ ମାତୃକା।।


ରାମ ଚନ୍ଦ୍ର ମହାନ୍ତି
ଗ୍ରାମ ବାଣତୁମ୍ବ
ପୋଷ୍ଟ ବେଲଗୁଁଠା
ଗଞ୍ଜାମ
ପିନ୍ କୋଡ ୭୬୧୧୧୯
ଓଡ଼ିଶା

No comments: