* କାର୍ଗିଲ୍ ବିଜୟ ଦିବସ *
ବୀର ମାଟିର ବୀର ଗାଥା ସବୁ
ଗାଉଛି କାର୍ଗିଲ୍ ଭୂଇଁ
କେତେ କେତେ ବୀର ଛାତି ପତାଇଲେ
ମାଆର ସମ୍ମାନ ପାଇଁ ।
ଭାରତ ମାତାର ଟେକ ରଖିବାକୁ
କରିଥିଲେ କି ସେ ପଣ
ଶତୃକୁ ହରାଇ, ଜିତିବା ପାଇଁ କି
ଦେଇଗଲେ କେତେ ପ୍ରାଣ ।
ସବୁ ଭାରତୀୟ ଏକାକାର ହୋଇ
ଲଢିଥିଲେ ଏହି ଯୁଦ୍ଧ
ନିଷ୍ଠା ଏକାଗ୍ରତା ମିଶ୍ରିତ ହେବାରୁ
ଶତୃର ହୋଇଲା ବଦ୍ଧ ।
ଷାଠିଏ ଦିନରୁ ଅଧିକ ଦିନ ଯେ
ଚାଲିଥିଲା ଏହି ଯୁଦ୍ଧ
ଭାରତୀୟଙ୍କର ସାହାସ ଯେ ଦେଖି
ଶତୃ ହୋଇଗଲା ସ୍ତବ୍ଧ ।
କେତେ କାହା ମଥାରୁ ସିନା
ସିନ୍ଦୁର ପଡିଲା ଫିକା
ହେଲେ ଭାରତ ମାତା ମୋ
ପିନ୍ଧିଲା ବିଜୟ ଟୀକା ।
ଗର୍ବର ସହିତ ପାଳିବା ଆମେରେ
କାର୍ଗିଲ୍ ବିଜୟ ଦିବସ
ବିଶ୍ବ ବାସୀଙ୍କୁ ଜଣାଇ ଦେବା ଯେ
ଭାରତୀୟଙ୍କ ସାହାସ ।
ଭାରତ ମାତାର ବୀର ସନ୍ତାନଙ୍କୁ
ଆମେ ତ ଦେବାରେ ସମ୍ମାନ
ଯୁଗେ ଯୁଗେ ଆମେ କହିଯେ ବୁଲିବା
ଶହୀଦ୍ ମାନେ ସବୁ ମହାନ ।
ବିରେନ୍ଦ୍ର ନାୟକ (ଛାତ୍ର)
ଯୁକ୍ତ ତିନି ତୃତୀୟ ବର୍ଷ ଇଂରାଜୀ ବିଭାଗ
ମୋ-7377942850
ଯାଜପୁର
No comments:
Post a Comment