ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

କାର୍ଗିଲ୍ ବିଜୟ ଦିବସ - ହରିଶ୍ଚନ୍ଦ୍ର ହେମ୍ବ୍ରମ୍ , ମୟୁରଭଞ୍ଜ

 :: କାର୍ଗିଲ୍ ବିଜୟ ଦିବସ ::

ଉଣେଇଶହ ଅନେଶତ ଆଜିର ଦିନ
ଭାରତେ ଥିଲା ବାଜପେୟୀ ଶାସନ ।

ପାକିସ୍ଥାନ କରିଥିଲା ଯୁଦ୍ଧ ଯୋଜନା
ମେଷପାଳକ ଦେଇଥିଲା ସୂଚନା ।

ଷାଠିଏ ଦିନ ହୋଇଲା କାର୍ଗିଲ ଯୁଦ୍ଧ
୫୨୭ ଯବାନ ହେଲେ ଯେ ସହିଦ ।

ସଫଳ ହେଲା ଅପରେସନ ବିଜୟ
ଘାରିଲା ପାକିସ୍ଥାନୀକୁ ଯୁଦ୍ଧର ଭୟ ।

ପାକିସ୍ଥାନ ସହ ଲଢିଲା ଭାରତସେନା
ଭାରତରେ ଉଡ଼ିଲା ବିଜୟର ବାନା ।

ଭାରତମାତାର ତୁମେ ଯୋଗ୍ୟ ସନ୍ତାନ
ଦୃଢତାର ସହ ଶତ୍ରୁକୁ କରିଲ ଦମନ ।

ଧନ୍ୟ ତୁମେ ଭାରତୀୟ ବୀର ଯବାନ
ତୁମରି ବଳେ ଭାରତ  ଆଜି ମହାନ ।

ଭାରତ ପାଳୁଛି ଆଜି ବିଜୟ ଦିବସ
ହେଲେ ଫେରୁନି ଶହୀଦ ମା'ର ହସ ।

✍️ ହରିଶ୍ଚନ୍ଦ୍ର ହେମ୍ବ୍ରମ୍
ସା:-ଡିଙ୍ଗିରା
ପୋ:-ବର୍ତ୍ତନା
ଭାୟା :-ବେତନଟୀ
ଜିଲ୍ଲା :- ମୟୂରଭଞ୍ଜ
ଭ୍ରାମ୍ୟ ଭାଷ:-୭୦୦୮୫୪୮୩୩୭

No comments: