:: କାର୍ଗିଲ୍ ବିଜୟ ଦିବସ ::
*****************
ଅତୀତର ଘାଆ ଏଯାଏଁ ଶୁଖିନି
ଆଜିବି ଦରଜ ହେଉଛି ।
କିଏ ହରେଇଛି ପୁଅ କୁ ତାହାର
ବାପ ଛେଉଣ୍ଡ କେ ସାଜିଛି ।।
ଶଙ୍ଖା ସିନ୍ଦୂର କୁ ହରେଇକି ପୁଣି
କିଏ ସେ ବିଧବା ସାଜିଛି ।
କିଏ ହରେଇଛି ନିଜର ଅଙ୍ଗକୁ
କିଏ ତା ରାକ୍ଷୀ କୁ ଝୁରୁଛି ।।
କେତେ ଗୁଳି ଗୋଳା ବରଷି ଥିଲା
କାର୍ଗିଲ୍ ଛାତି ପରେ ।
ଥରି ଉଠିଥିଲା ଭାରତ ମାଆ
ପୁଣି ବନ୍ଧୁକ ର ଶବ୍ଦ ରେ ।।
ମାଆ ର ଯନ୍ତ୍ରଣା ପାରିଲେନି ଦେଖି
ଗରଜି ଉଠିଲେ ବୀର ।
ସମ୍ମାନ ରଖିଲେ ଭାରତ ମାଆ ର
ଦେଇ ଦେଲେ ନିଜ ଶିର ।।
ରକତ ର ସୁଅ ବୋହି ଯାଉଥିଲା
ଭାରତର ଛାତି ପରେ ।
ଫାଟି ପଡୁଥିଲା ଭାରତ ଆକାଶ
ଗୋଳା ବାରୁଦର ଗନ୍ଧରେ ।।
ମନେ ପଡି ଗଲେ ସେହି କଥା ଆଜି
ଦେହ ମୋର ଉଠେ ଥରି ।
ଭାରତ ମହାନ୍ ପ୍ରମାଣ ଦେବାକୁ
କେତେ ବୀର ଥିଲେ ମରି ।।
ଭାରତ କେବଳ ଦେଶ ନୁହେଁ ପରା
ସିଏ ତ ଆମରି ମାଆ ।
ହେ ବୀର ଯବାନ ତୁମେ ତାର ଆତ୍ମା
ତୁମେ ଯେ ତାହାରି ସାହା ।।
ସଲାମ କରୁଛି ତୁମକୁ ହେ ବୀର
ରହିଥିବ ତୁମେ ଅମର ।
ଯୁଗ ଯୁଗ ଧରି ତୁମକୁ ଝୁରିବ
ଏ ଭାରତ ମାଆ ତୁମର ।।
ଆଜିର ଦିନରେ ତୁମକୁ ପରା
ଏ ସାରା ଭାରତ ଝୁରୁଛି ।
ଅତୀତ ର ଘାଆ ଏଯାଏଁ ସୁଖିନି
ଆଜିବି ଦରଜ ହେଉଛି ।।
ରୂପାଲି ପ୍ରିୟଦର୍ଶିନୀ ସାମନ୍ତରାୟ
ଆଇନ୍ ଛାତ୍ରୀ
ଲକ୍ଷ୍ମୀନାରାୟଣ ପୁର
ମୋ-୮୨୪୯୦୨୯୮୨୭
ପୁରୀ
No comments:
Post a Comment