ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ଗୁରୁ ପାଦେ ରହୁ ମତି- ରବି ପ୍ରଧାନ , ଖୋର୍ଦ୍ଧା

 ::ଗୁରୁ ପାଦେ ରହୁ ମତି::
ଗୁରୁ ପିତା ଗୁରୁ ମାତା ଗୁରୁ ଜ୍ଞାନଦାତା
ଗୁରୁ ପାଦେ ରହୁ ମତି ମୋ' ଭାଗ୍ୟବିଧାତା..।
ଗୁରୁ ବିନା ସଂସାରରେ ଅନ୍ୟ ଗତି ନାହିଁ
ଗୁରୁ ପାଦ ଧୂଳି ପାଇଁ ରହି ଅଛି ଚାହିଁ..।
ଗୁରୁ ମୋର ସମୀରଣ ମୁହିଁ ଭଙ୍ଗାନାବ...
ଗୁରୁ ଆଶୀର୍ବାଦ ମୋର ହୃଦୟ ବାନ୍ଧବ...।
ଗୁରୁ ଦେବ ପ୍ରଣିପାତ ଘେନନ୍ତୁ ମୋହର..
ଗୁରୁ ନାମ ହୃଦେ ଚିନ୍ତି ଲେଖେ ରବି ଛାର...।
----------------------------------------

ରବି ପ୍ରଧାନ

ବାଣପୁର, ଖୋର୍ଦ୍ଧା,9078007640*

No comments: