ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ପହିଲି ରଜ - ଖୁସିରାମ ସାହୁ , କଳାହାଣ୍ଡି


💞 ପହିଲି ରଜ 💞

ବରଷ କେ ବାର ମାସ
ପର୍ବ ଆମ ତ୍ରୟୋଦଶ
ତାଙ୍କ ଠାରେ ସାରା ଜଗତ ବାସ
ସଜନୀ ଲୋ....
ସମସ୍ତ ଙ୍କୁ ମୋ ନମସ୍ୟ...

ବନସ୍ତେ ଡାକିଲା ଗଜ
ଭାଙ୍ଗିଗଲା ଅଧ ରାତିରୁ ନିଦ
ସଜନୀ ଲୋ....
ଆସିଛି ପହେଲୀ ରଜ...

ନାରୀର ଶଙ୍ଖା ସିନ୍ଦୁର
ବାର୍ତ୍ତା ଦେଇଥାଏ ଆମେ ଭାରତୀୟ
ସଜନୀ ଲୋ....
ଭିନ୍ନ ଆମ ପରିଚୟ...

ଅଳତା ରେ ଭିଜା ପାଦ
ମୁହଁରେ ଆଣୁଛି ହସ ଗଦ ଗଦ
ସଜନୀ ଲୋ....
ଦେଖି ତୋର ସଜ ବାଜ...

କୁଆଁରୀ ମୁଖରେ ଲାଜ
ଫିକା ପଡ଼ିଯାଏ ସୁନେଲି ସୁରୁଜ
ସଜନୀ ଲୋ....
ଦେଖୁ ଦେଖୁ ହେଲା ସଞ୍ଜ...

ରଜଦୋଳି ହେଲା ବନ୍ଧା
ଭାବେ ଆମ ପର୍ବ ଛନ୍ଦା
ନାଇଁ ଯିବ ଭୁଲି ଆମ ପରମ୍ପରା
ସଜନୀ ଲୋ....
ନାଇଁ କରବ କେବେ ନିନ୍ଦା...

✍️ଖୁସିରାମ ସାହୁ
     ଜିଲ୍ଲା-କଳାହାଣ୍ଡି
     ମୋ-7735326679

No comments: