ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ରଜପର୍ବ - ସରସ୍ବତୀ ସାଲିମା , ସମ୍ବଲପୁର


🌳🌳ରଜ ପର୍ବ🌳🌳

ରଜ ଆସିଛି ବରଷକୁ ଥରେ
ଝିଅ ବୋହୁ କର ପାଦରେ ଅଲିତା
ଘରେ ଘରେ ପୋଡପିଠା ର ମଜା
ଗଛ ତଲେ ରଜ ଦୋଳି
ହୋଲାଣି ସଜା।

ଭାବ ବନ୍ଧନ ର ରଜ ପର୍ବ
ରଜଦୋଳି ମିଠା ପାନର ରସ
ଗାଁ ର ଆଜି ସୁନ୍ଦର ପରିବେଶ।

ରଜ ତିନିଦିନ କୃଷକ ଭାଇର
ବନ୍ଦ ହଳ କାମ
ଧରିତ୍ରୀ ମାତା ନେବ ବିଶ୍ରାମ
ରଜପର୍ବ ଆମ ଓଡ଼ିଆ ସଂସ୍କୃତି
ଗୈାରବ ର ଏକ ଗାଥା
ଭାବ ନିଆଦିଆ ଏ ଯୋଡେ
ନୂଆ ବାର୍ତା।

ହେଲେ ଏଥର ଆସିଛି
ଯେଉଁ କରୋନା
ଦୋଳି ଖେଳ କୁ କରିଲା ଉଣା
ହେଲେ ବନ୍ଧୁ ଭାବ ଛିଡେଇ
ପାରିବ ନାହିଁ ଆମେ ଦୂରେ
ଥାଇ ମଧ୍ୟ
ଆମେ ପାଳନ କରିବା ଯଦି ନିୟମ
ତାହେଲେ ଛାଡିଚାଳିଯିବ
ଆମ ଜୀବନ ଠୁଁ କରୋନା ଯମ।

ନିୟମ ମାନି କି ଚାଲିଲେ
ପାଇବା କରୋନା ରୁ ମୁକ୍ତି
ଭୁଲିଯିବା ନାହିଁ ଆମ ସଂସ୍କୃତି
ଏଠି ସଂସ୍କୃତି ବଞ୍ଚିଲେ ବଞ୍ଚିବ ଜାତି।

ନାମ-ସରସ୍ବତୀ ସାଲିମା
ଜିଲ୍ଲା-ସମ୍ବଲପୁର

No comments: