ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ବର୍ଷା ଭିଜା ରଜ ପର୍ବ - ହରିହର ଭୂକ୍ତା , ଅନୁଗୋଳ

 
         [ ବର୍ଷା ଭିଜା ରଜ ପର୍ବ]

     ପହିଲି ବରଷା ନେଇକି ଆସିଛି
             ମହକ ମାଟି ମାଆର
     ମାଟି ମାଆ କୋଳେ ପାଳନ ହେଉଛି
              ରଜ ପର୍ବର ଆସର
              ମିଳି ମିଶି ନାରୀ ନର
      କୃଷକ କରୁଛି ଆନନ୍ଦ ମନରେ
                କୃଷି ବେଉଷଣ ତାର    ।୧ ।

     ଝିପି ଝିପି ବର୍ଷା ନିଗାଡି ପଡୁଛି
              କଳା ବାଦଲ ଦେହରୁ୍
     ଗହନ କାନନେ ଗଜ ଡାକ ଦିଏ
             ସ୍ବର୍ଗ ସମ ଧରା ଆଜ
              ନୀଡରେ ଛନ୍ତି ଅଣ୍ଡଜ
      ପୁର ପଲ୍ଲୀ ଆନନ୍ଦରେ ମୁଖରିତ
              ଯେହ୍ନେ ଇନ୍ଦ୍ରପୁରେ ନୃତ୍ୟ     ।୨ ।

       ନୂତନ ବସନ ପରିଧାନ କରି
                 ପାଦରେ ଅଳତା ଗାର
        କୁଆଁରୀ ଝିଅଟି ଶୃଙ୍ଗାର କରିଛି
                  ନିଜ ତନୁକୁ ତାହାର
                  ରଜ ପାନ କଳେ ତାର
        ପୋଡପିଠା ସଙ୍ଗେ ଆରିସା କାକରା
                  ହେଉଛି ପ୍ରତି ଗୃହର      ।୩ ।

       ଦୋଳି ଝୁଲୁଅଛି ରସାଳ ତୋଟାରେ
                  କୁଆଁରୀ ମନ ଆନନ୍ଦ
         ସର୍ବେ ଏକା କାର ନାହିଁ ଭେଦ ଭାବ
                  ହିଂସା , ଦ୍ବେସ, ନାହିଁ ସ୍ଥlନ
                     ଶ୍ୟାମଳ ଗହନ ବନ
        ଦୋଳି ଖେଳୁଛନ୍ତି, ଆନନ୍ଦ ଉହ୍ଲାସେ
                    ମନେ ନାହିଁ ଅଭିମାନ      ।୪।

          ଗଣ ପର୍ବ ଆମ ଓଡିଆ ଜାତିର
                     ସ୍ବାଭିମାନ ଓଡିଶାର
          ପହିଲି ରଜରୁ ବସୁମତୀ ସ୍ନାନ
                     ଚାରି ଦିନ ରଜ ପୁଣ
                     ପ୍ରତି ଓଡିଆଙ୍କ ପ୍ରାଣ
               ରଜ ସଂକ୍ରାନ୍ତି ଓ ଭୂମି ଦହନ
                  ମଧ୍ୟ୍ୟ ରଜ ଦୁଇ ଦିନ    ।୫।

            ଜଗନ୍ନାଥ ସ୍ବାମୀ ଓଡିଶାର ସ୍ବାମୀ
                       ମହଦୋଧି କୂଳେ ବାସ
            ମହାମାରୀ ଏକ କରୋନା ରାକ୍ଷାସ
                      ଓଡିଶାକୁ କଲା ଗ୍ରାସ
                     ଆହେ ପ୍ରଭୁ ପୀତ ବାସ
          ଚକ୍ର ଉଢାଳରେ ଓଡିଶା ବାସୀଙ୍କୁ
                    ରଖି ଥାଅ ଯଦୁନାଥ           । ୬ ।

            ହରିହର ଭୂକ୍ତା, ତାଳଚେର, ଅନୁଗୋଳ
             ପୋଅ - ପଦ୍ମାବତୀପୁର
                     ୭୫୯୧୦୩
                ଦୂରାଭାଷନଂ-୮୯୧୭୬୩୬୪୨୨

No comments: