*****ରଜପରବ୍****
ଝାଏଝାଏ ଖରା କରୁଥିଲା
ଆ ଫାରିଥିଲା ମାଏଟ୍ ମା
ନୁଏନ୍ ସର୍ ବନ୍ଧର ପାଏନ୍ ଭି ଶୁଖିଯେଇଥିଲା
ଗଛର୍ ପତର ଝରି ଯେଇଥିଲା
ଜୀବନ୍ ଟା ପକାଉଡା ଲାଗୁଥେଲା
ବୁଢ଼ାଜେଠର ହରକତ ନେ
ହେଲେ ଆଏଜ୍ ଏସଭେ ନୂଆ ଜୀମନ ପେଇଛନ୍
ନୂଆ ପରବ୍ ରଜ ପେଇଛନ୍ ।
ପ୍ରକୁତି ଗରଭ ନେ ଥେଇକର ବାଲୁତ୍ ଅଷାର (ଆଷାଢ଼)ରଜ୍ କେ ଘିନିକର ଆନିଛେ
ଆଏଜ୍ ଠାନୁ ଓଡିଶା ର ସବ୍ ନୀଳି ନୀଳି ଦିଶୁଛେ
ସତେ ଆଏଜ୍ ପୃଥି ଉଏନ୍ ଦିଶୁଛେ
ଫାଟିଥିବା ମାଏଟ୍ ର ମୁହଁ ମୁଲକି ହସୁଛେ
କାଏଯେ ହସୁଛେ ଜାନସ କେ ହୋ
ସେ ପରେ ଆଏଜ୍ ପେନ୍ ଗାଧବା ସୁନ୍ଦରୀ ଦିଶବା
ସେଟା ଭି ମେଘର ପାଏନ୍
ଆଉ ମେଘର ଔରସ୍ ନେ ଗରଭଧାରଣ କରବା
ଭଲସେ ଟିକେ ଶୁଇବା ହୋ ।
ହାଦେତୋ ଭିନ୍ ଭିନ୍ ରକମ୍ ର ଜିନିଷ୍ ନେ ସଜେଇ ହେଲେନ କିଶୋରୀମାନେ
ପାଦନେ ଅଲତା ପାଞ୍ଜୁଲ ହାତନେ ଚୁଡି ଖୁସାନେ ମଲ୍ଲି, ଇଟଲାଫୁଲ ର ଗଜରା
ନୂଆନୂଆ ଶାଢ଼ୀ ସାଟ୍ କୁରତା ପିନ୍ଧି ଗାଁ ମନ୍ଦିରକେ ବାହାରି ଗଲେନ ।
ଆମପତର ,ଗୁଆ,ନଡ଼ିଆ,ହଳଦୀ ,ଚନ୍ଦନ୍,ବେଲପତର୍
ଗାଁର ଠାକୁରକେ ଚଢାଲେ ନ
କଳସ୍ ଥାପଲେନ ବନା କାଟିକର
ଭଗବାନକେ କହଲେନ -"ହେ ଭଗବାନ ଆମ ଗାଁରେ ଭଲସେ ପାଏନ୍ ପରୁ
ଚାଷୀର ପେଟ୍ ପୁରୁ
ଗାଁର ଲୋକ୍ ମାନକେ ଭଲସେ ରଖ " ।
ଭିନ୍ ଭିନ୍ ରକମ୍ ର ପିଠାପନା
ପୁଡା(ପୋଢ଼) ,ମଣ୍ଡା,ଅରଷା(ଆରାଷା),ଚକୁଳି,ସୁଆଳି ,ଖିରିଖିରିସା,ବିଡ଼ିଆପାନ
ଥାଲିନେ ଭର୍ତ୍ତିକରି ଆମ୍ ବୁରଲି(ତୋଟା) କେ ଗଲେନ
ଆମ୍ ଖେନ୍ଦାନେ(ଡାଲ) ଡୋର ବାନ୍ଧିକର କାଠର ପଟାକେ ବାନ୍ଧିଦେଇ ମଜାକରି ଭାଉଜ ନଣନ୍ଦ
ଗୀତ ଗାଇଲେନ-"ରଜ ଦୁଲି କଟ୍ କଟ୍
ମୋ ଭାଇ ମୁଡ଼ନେ ସୁନା ମକୁଟ୍
ତମେ ଯଦି ମକେ ସବୁଖେଲନେ ହରାବ
ମକେ ବହୂ (ଭାଉଜ)ବନାବ
ତମକୁ ହରାଲେ ମୁଁଇ ତମକୁ ବହୂ ବନାମି " ।
ଡାଲଖାଇ,ରସରକେଳୀ,ଝାମୁ, ପଟୁଆ ନାଚରେ
ପୁରା ଓଡ଼ିଶା ଆଏଜ୍ ଝୁମି ଯଉଛେ
ବଜାମହୁରୀ ତାଳ୍ ତାଳ୍ ରେ
ଛୁଆପିଲା ,କିଶୋର କିଶୋରୀ ବୁଢାବୁଢୀର ଗୋଡ଼ , ଅଟା ନାଚବାରଲାଗି ଟଲମଲ୍ ହେଇଯାଉଛେ ।
ମିଥୁନ ସଂକ୍ରାନ୍ତି ଆଏଲାନ
ଚାଷୀର ମନ୍ ଉଛନ୍ ହେଲାନ
ଚାଷୀ କହଲା-
ଲାଗଲା ମିଥୁନ୍
ଝାରେଝୁଡେ ବୁନ୍
ଡାଲପତରନେ ବୁନ୍
କାହାର କଥା ନେଇଶ ।
ସବ୍ୟସାଚୀ ସାହୁ,ଭୁଷଲାଡ଼,ବଲାଙ୍ଗୀର,
ତାରିଖ-୧୪.୬.୨୦୨୦






No comments:
Post a Comment