ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ଆସିଛି ରଜ - ଫାଲଗୁନୀ ରଣା , ନୂଆପଡ଼ା

        ଆସିଛି ରଜ

ନବ ବିକଶିତ ଶ୍ୟାମଳ ପର୍ଣ୍ଣେ,
ସୁଧାମୟ ସୃଷ୍ଟି ବିବିଧ ଵର୍ଣ୍ଣେ, 
କର୍ମଵ୍ରତୀଙ୍କର ଅକ୍ଲାନ୍ତ ଶ୍ରମେ,
ମଧୁର କବି କଳ୍ପନା ଆଶ୍ରମେ,
ଆସିଛି ରଜ    ଆସିଛି ରଜ 
ତା ନିମନ୍ତେ ସଜ ଵରଜରାଜ ‌।।୧
ଵସୁମତି ହୋଇଲେ ରଜବତୀ,
ନବ ବସ୍ତ୍ର ପିନ୍ଧି ଵରଯୁଵତୀ,
ଦୋଳୀ ଝୁଲୁଛନ୍ତି ଅପୂର୍ବ ରସେ,
ପୁଲକିତ ମନ ଵାତ ପରଶେ, 
ଆସିଛି ରଜ   ଆସିଛି ରଜ
ତା ନିମନ୍ତେ ସଜ ଵରଜରାଜ।।୨
ଶୁଭଇ ଅଦୂରେ ବିହଙ୍ଗ ତାନ,
କୃଷକ ମୁଖର ଅମୀୟ ଗାନ, 
ମନ ମୁଗ୍ଧକର ଵଲ୍ଲକୀ ନାଦ,
ତାପିତ ଜନଙ୍କ ଫେଡେ ପ୍ରମାଦ,
ଆସିଛି ରଜ   ଆସିଛି ରଜ
ତା ନିମନ୍ତେ ସଜ ଵରଜରାଜ।।୩
ବନସ୍ତରେ ପୁଣି ଡାକିଲା ଗଜ,
ବୃକ୍ଷ ନାଶ ନାହିଁ ଆରେ ମନୁଜ, 
ବୃକ୍ଷ ନାଶ ଚିନ୍ତା ମନୁ ଵରଜ,
ତାର ସଂରକ୍ଷଣେ ଉପାୟ ଖଞ୍ଜ,
ଆସିଛି ରଜ   ଆସିଛି ରଜ 
ତା ନିମନ୍ତେ ସଜ ଵରଜରାଜ।।୪

ଫାଲଗୁନୀ ରଣା 
ମହୁଆଭଟା, ନୂଆପଡ଼ା

No comments: