🌸*ଦୋଳି ବାହୁନେ*🌸
ଦୋଳି କୁହେ ଆଜି ଡାକି ଡାକି ସଖି
କୁଣ୍ଢେମୋଟ ହୁଏ ଛାତି
ନାଚିବାକୁ ଆସ,ଗାଇବାକୁ ଆସ
ଖେଳିବାକୁ ରଜ ଦୋଳି ।
ଦୋଳି ସାକ୍ଷୀ,
ଠିଆ ପୁଚି,ବୋହୂଚୋରି ଖେଳ
ତାଆସ ସହ ଲୁଡୁ,ବାଗୁଡି ଖେଳ
ହଉଥିଲା ଦାଣ୍ଡେ
କେତେ ନୂଆ ଖେଳ ସାଥେ ମେଳ,
ତହିଁରେ ଶୋଭା ଦାଣ୍ଡ ଦୁଆର;
ଚାକଚକ୍ଯ ର ଚମକ ।
ମନେପଡେ ଆଜି ସେ ପୁରୁଣା ଦିନ
ଖୁସିର ପସରା ଛବି ନାଚିଯାଏ ଆଖିରେ,
ହୃଦୟେ କରି ଘର।
ପୁଣି ଘରେ ଘରେ ଶୁଭେ ରଜ ଗୀତ
ତା ସାଂଗକୁ ନୂଆ ଜାମା ସହ
ଅଳତା,କୁଙ୍କୁମ କେତେ ଯେ ସଜବାଜ ।
ମଣ୍ଡା,ଆରିସା,କାକରା
ପୋଡପିଠା ସାଂଗକୁ
ଖିଲି ପାନ ସାଥେ ମିଠା
ଦ୍ୱିଗୁଣିତ କରେ ରଜର ମଜା,
ଆନନ୍ଦ ଆଉ ଉନ୍ମାଦନା ରେ ଭରିଦିଏ ସଂଧ୍ଯା ।
ଚଳିତ ରଜରେ ବାହୁନି କାନ୍ଦେ
ରଜ ଦୋଳି ନ ଦିଶଇ ତାକୁ,
ସାଂଗମେଳି କୁ ଖୋଜେ।
ଆସିଛି ପରା ନେଇ ସେ
ଖୁସିର ମଉଜ ‘ରଜ’
ଗାଁ ଦାଣ୍ଡ ଆଜି ଝୁରୁଛି
ଅତୀତର ସେଇ ଜୀବନ୍ତ ଉଭାନ୍ ସଜ।
ଗୀତା,ମିତାଙ୍କ ର ଆମ୍ବ,
ବର ଗଛ ଡାଳେ ଦୋଳି
ନାହିଁ ଆଉ ସେଇ ବୁଲାବୁଲି ଗଳି।
ଝୁରେ ତା ମିତ,ବଉଳ,ମକର
ରଂଗିନ୍ ଫୁଲମାଳ ସଜ ଦେହ ।
ଆଉ ଝୁରି ହୁଏ ;
ହସ ,ଖୁସି ବାସ ମଉଜ।
ସ୍ମୃତି ଭିଜା ଆଜି ସବୁ ସାଜ ସଜା
ସକାଳ ଲାଗେନା ନୂଆ
ସଂଧ୍ଯା ବି ଗାଏ ବିରହ ର ଗାଥା।
ରଜ ଦୋଳି ଆଜି ବାନ୍ଧିନି ଦାଣ୍ଡ ଦୁଆରେ
ବାନ୍ଧିଛି ସେ ଭୟ ଆତଙ୍କ ଦୋଳି,(ମହାମାରୀ ଭୟ)
ଦୁର୍ଦ୍ଦସା ଛାତ ଚିରି
ଦୋଳିରେ ଆସିଛି ଓହ୍ଲେଇ;(ପବନ ରୂପକ ଦୋଳି)
ଏଠି ସେଠି ଆଉ ସବୁଠି ଖାଲି।
©️ଶୁଭ୍ରା ସନ୍ତୋଷୀ ଗୌଡ
ରାୟଗଡା
ତାରିଖ-୧୪/୦୬/୨୦୨୦






No comments:
Post a Comment