ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ମାତୃଶକ୍ତି - ପ୍ରଦୀପ କୁମାର ସାହୁ - ନୟାଗଡ଼


          ମାତୃଶକ୍ତି

ମା' ପରି ଶକ୍ତି ନାହିଁ କାହାର
ତା ପାଦେ କରେ ମୁଁ କୋଟି ଜୁହାର ।।
ଦଶମାସ ଦଶ ଦିନ କଷଣ
ସହିଛି କେତେସେ ଜିଣି ମରଣ ।।
ଖାଇନାହିଁ ମନ ପସନ୍ଦ ଖିଆ
ପଥୀ ଖାଇ ଜନ୍ମ କରିଲା ଛୁଆ ।।
ନିଜ ପେଟେ ଓଦା କନା ପକାଇ
ଖୁଆଏସେ ନିଜ ପିଲାଙ୍କୁ ଦେଇ ।।
ନିଜ ରକତକୁ କରି ସେ କ୍ଷୀର
ସୃଷ୍ଟି କରେ ପୁଣି କେତେଯେ ବିର ।
ସୁଖ ଦୁଖଃକୁସେ ନିଜର କରି
ପୋସେ କୁଟୁମ୍ବକୁ ସେନେହ ଭରି ।।
ସହିଷ୍ଣୁ କେତେ ଯେ ମୋ ମାଟି ମା'
ନାଚି କୁଦି ଆମେ ହୋଇଛୁ ଠିଆ ।।
ନା ନା ଫୁଲ ଫଳ ଉପୁଜାଇଛି
ପ୍ରକୃତି ମା' ମୋ ଶୋଭା ପାଉଛି ।।
ଯେତେବେଳେ ପଡେ ଟି ହାହାକାର
ମା' ସୁମରନ୍ତି ମଧ୍ୟ ଈଶ୍ୱର ।।
ସଂସାର ବାସୀଙ୍କ ମଙ୍ଗଳ ପାଇଁ
ମହିଷାସୁରକୁ ନାସିଲେ ଯାଇ ।।
କେତେ ଅବତାର କେତେତା ରୂପ
କେବେ ଦୁର୍ଗା ପୁଣି କାଳୀ ସ୍ୱରୂପ ।।
ମମତା ମୟୀ ମା' ଯଶୋଦା ରୂପ
କଥା ନୁହେଁ ଝରେ ସତେ ମଧୂପ ।।
ମା' ଶକ୍ତି କିଏ ପାରିବ କଳି
ନୁହେଁ ସରି କେହି ମୋ ମା' ଭଳି ।।

ପ୍ରଦୀପ କୁମାର ସାହୁ
ସା/ପୋ-ଚାନ୍ଦପୁର
ଜି-ନୟାଗଡ଼
ମୋ-୯୮୬୧୨୪୨୮୮୯

No comments: