*ରଜ ପର୍ବ*
**********
ସମାଜର ସଜଫୁଲ ପରଂପରାରେ
ଅହରହ ଆଧୁନିକତାର ହଳାହଳ ସ୍ପର୍ଷ।
ସ୍ବପ୍ନ ଏଠି ପ୍ରତିମୁହୂର୍ତ୍ତରେ
ଯୁଦ୍ଧରତ ପ୍ରକୃତି ବିପକ୍ଷରେ।
ଆଉ ବାସ୍ତବତା ବି ଠିକ୍ ସେମିତି
କଲ୍ ବଲ୍ କରେ ପ୍ରକୃତିକୁ
ଆଉ ତା'ର ପାର୍ବଣ ପର୍ବ ମାନଙ୍କୁ।
ହେଇ ଦେଖ! ଦେଖ!
ଏ ରଜ ପର୍ବଟା କେମିତି
ତା'ର ବହଳ ବହଳ ଧୂଆଁରେ
ଶ୍ଵାସରୁଦ୍ଧ ହୋଇପଡୁଛି।
ଏଠି ପାନ,ପୋଡ଼ ପିଠାର ବାସ୍ନା ନାହିଁ
କିନ୍ତୁ ମଦର ଗନ୍ଧ,
ଏଠି ବେଶି ତାଜା ବାସୁଛି।
ଏଠି ରଜ ଦୋଳିରୁ ଆଉ ଗୀତ ଶୁଭୁନି
କିନ୍ତୁ ଯନ୍ତ୍ରପାତିର ଶବ୍ଦ,
ଏଠି ବେଶି ନିଆରା ଶୁଭୁଛି।
ଏଠି ନୂଆ ବୋହୁ ଦେହରେ ପାଟଶାଢ଼ୀ ନାହିଁ
କିନ୍ତୁ ପାଶ୍ଚାତ୍ୟ ପୋଷାକରେ,
ସେ ବେସି ସୁନ୍ଦର ଅନୁଭବ କରୁଛି।
ଏଠି ରଜ ପର୍ବର ମାନେ କେହି ବୁଝେନି।
ଏ ପର୍ବ ତ',
ମାଟି ମାଆ ରଜବତୀ ହେବାର
ଏ ପର୍ବ ଦାମ୍ପତ୍ୟ ଜୀବନର,
ସର୍ବ ଶ୍ରେଷ୍ଠ ସମ୍ଭୋଗର
ଏ ପର୍ବ ମାତୃ ଜାତିକୁ ଉତ୍ସାହ କରିବାର
ଆଉ ଏ ପର୍ବ,
ଧରଣୀ ମାଆର ସ୍ନାନର ପର୍ବ
ହଁ, ଧରଣୀ ମାଆର ସ୍ନାନର ପର୍ବ।।
***********************
ଅଜୟ କୁମାର ଜେନା
ବଡ଼ରମ୍ପାସ,କେନ୍ଦୁଝର
6372260479
ରଜ ପର୍ବ - ଅଜୟ କୁମାର ଜେନା , କେନ୍ଦୁଝର
Reviewed by ପବିତ୍ର ବେହେରା
Published:
Rating : 4.5
Published:
Rating : 4.5






No comments:
Post a Comment