ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ପ୍ରକୃତ ରଜ - ଅଭିମନ୍ୟୁ ପ୍ରଧାନ , ଯାଜପୁର


        'ପ୍ରକୃତ ରଜ' 
     ''''''''"''''''''''''''''''''''''''''''
ଗ୍ରୀଷ୍ମ ଋତୁ ଶେଷ ବର୍ଷା
                        ଆରମ୍ଭ
ରଜ ତିନିଦିନ ଆଷାଢ଼
                       ମାସରେ
ଅନେକ ଉଲ୍ଲାସ ଆନନ୍ଦର
                            ବାର୍ତା
ଆବାଳ ବୃଦ୍ଧ ବନିତା
        ପାଳନ୍ତି ଆନନ୍ଦରେ।।

ମୁଖ୍ୟତଃ ଏହି ପର୍ବ
                ଝିଅପିଲାଙ୍କର
ପ୍ରସ୍ତୁତି ପର୍ବ ପୂର୍ବ ଦିନ
                       ସଜବାଜ
ଶେଷ ରଜ ଭୂମିଦହଣ       ତାଦିନ ବସୁମତୀ ସ୍ନାନ
ମିଶେଇଲେ ପାଞ୍ଚଦିନ ରଜ
                                ।।

ସୂର୍ଯ୍ୟ ମୃଗଶିରା ନକ୍ଷେତ୍ର
                              ରେ
ବସୁମତୀ ରଜ ତିନିଦିନ
                  ରଜସ୍ୱଳାରେ
ଧରଣୀ ମା'ଦେହକୁ
              ବିଧାରି ମନୁଷ୍ୟ
ଖାଦ୍ୟ, ବସ୍ତ୍ର, ବାସଗୃହ
                ସୁଖ କରେ ।।

ପୃଥିବୀ ମାତାର ମହାନତା
             କୁ ସ୍ନମାନ ଦେଇ
ରାଜରେ କୃଷକ ହଳ
        ଲଙ୍ଗଳ ତ୍ୟାଗ କରେ
ଧରଣୀ ମା'କୁ କଷ୍ଟ ନ
                   ଦେବା ପାଇଁ
ଖୋଳିବା, ହାଣିବା
ଇତ୍ୟାଦି ବାରଣ କରେ ।।

ଅଭିମନ୍ୟୁ ପ୍ରଧାନ
ଶକୁନ୍ତଳାପୁର, ବଡ଼ଚଣା, ଯାଜପୁର, ମୋ-୮୪୫୬୯୦୯୦୨୩

No comments: