ଗଣପର୍ବ ରଜ
🌺🌺🌸🌸🌸🌺🌺
ଆଷାଢ ପ୍ରାରମ୍ଭେ
ପଡଇ ରଜ
ଗଣପର୍ବ ରୂପେ
ହୁଏ ପାଳିତ ।1
ଘେନି ରଜଶ୍ୱାଳା
ରଜ ଶବ୍ଦର ସୃଷ୍ଟି
ବର୍ଷାର ସ୍ୱାଗତେ
ହସେ ଧରଣୀ ମାଟି।2
ଵାରମାସେ ପାଳୁ
ତେର ପରବ
ରଜ ଟି ନିଆରା
ତନ୍ମଧ୍ୟୟୁ ସର୍ବ। 3
ପାଞ୍ଚ ଦିନ ରୂପି
ହୁଏ ପାଳିତ
ଜନ ମନ ଭରେ
ଖୁସି ଉଲ୍ଲାସ। 4
ପହିଲି ରଜର
ଆଗମନରେ
ସ୍ୱାଗତ ଜଣାଇ
ଖୁସି ମନରେ।5
ନୂଆ ବସ୍ତ୍ର ପିନ୍ଧି
ସିଙ୍ଘାର ବେଶ
ଝିଅ ବାନ୍ଧିଥାନ୍ତି
ଗଭାର କେଶ। 6
ମଧ୍ୟଦିନ ପାଳୁ
ରଜ ସଂକ୍ରାନ୍ତି
ମଜା କରି ଚାଲେ
ସମୟ ଗତି।7
ପୋଡପିଠା ଖାଇ
ମିଠେଇ ପାନ
ପୁଚି ଗୀତ ଗାଇ
ଦୋଳି ଖେଳିଣ ।8
ପୁଅ ମାନଙ୍କର
କବାଡ଼ି ଖେଳ
ତାସ୍,ଲୁଡୁ ପାଇଁ
ହୁଅନ୍ତି ଠୁଳ ।9
ଶେଷ ରଜ
ବସୁମତୀ ସ୍ନାହନ
ରଜର ବିଦାୟ
ହୁଏ ଏ ଦିନ। 10
ଆସ ମିଳିମିଶି
ପାଳିବା ରଜ
ଭେଦଭାବ ଭୁଲି
କରି ମଉଜ ।11
ନାମ - ଚନ୍ଦ୍ରିକା ଚକ୍ର
ଗ୍ରା/ପୋ - ରାଛିପୁର
ଭାୟା - ଯାଜପୁର ରୋଡ଼
ଜିଲ୍ଲା - ଯାଜପୁର






No comments:
Post a Comment