ରଜପର୍ବ
ଓଡିଶାର କୃଷିଭିତ୍ତିକ ଗଣପର୍ବ
ସଂସ୍କୃତି ର ପର୍ବ ରଜପର୍ଵ ।
ରଜ ଆସଇ ମୌସୁମି ନେଇ
କୁଆଁରୀ ଝିଅ ମନେ ଖେଳଇ
ଆନନ୍ଦ ର ଲହରୀ.......
ବରଷକେ ଥରେ ଆସଇ ରଜ
ପ୍ରଥମେ ପହିଲି ରଜ ଦ୍ଵିତୀୟେ
ରଜସଂକ୍ରାନ୍ତି
ତୃତୀୟରେ ଭୂମିଦହନ ଚତୁର୍ଥେ
ବସୁମତୀ ସ୍ନାନ
ରୂପେ ରଜ ହୁଏ ପାଳନ
ପଲ୍ଲୀ ଠୁ ସହର.......
ରଜ ଦୁଇଦିନ ଆଗରୁ ଝିଅମାନେ
ହୁଅନ୍ତି ସଜଵାଜ
କୁମାରୀ ମନରେ ଖେଳେ
ଅସୁମାରୀ ସ୍ବପ୍ନ
ଛକ ବଜାରରେ ଜମେ ଭିଡ....
ରଜ ଆସେ ଝିଅ ମାନେ
ଦେହରେ ହଳଦୀ, ଗଭାରେ
ଗଜରା ଖୋଷି
ହାତରେ ମେହେନ୍ଦୀ, ମଥାରେ
କୁଙ୍କୁମ ଲଗାଇ
ଆଖିରେ କଜ୍ଜଳଗାର ଟାଣି
ନିଜକୁ କରନ୍ତି ସୁନ୍ଦର।
ରଜପର୍ଵ ଆସିଲେ
ପିଠାପଣା ରେ ମହକି ଯାଏ ଘର
ରଜପାନ ସାଥେ କଵାଡି
ଲୁଡୁ ଓ ତାସ ପାଲିର ଆସର
ଜମିଯାଏ
ଦୋଳିଖେଳରେ ମନ ନାଚି
ଯାଏ.......
ରଜ ପର୍ବ ମେଘ ଓ ମାଟିର ପର୍ଵ
ଶସ୍ୟ ଶ୍ୟାମଳା ହୋଇ ଉଠେ
କ୍ଷେତ
ଭୋଜି ମାଂସ ଭାତରେ ପୁରି
ଉଠେ ଘର
ରଜ ତିନିଦିନ ଧରିତ୍ରୀ ମା କରେ
ଆନନ୍ଦ
ତା କୋଳେ ନାଚ ଗୀତ କରି
ପୁଚି ଖେଳନ୍ତି ତାହାରି ସନ୍ତାନ
ରଜଦୋଳି କରେ କଟମଟ
ଆରିସା ,ପୋଡ ,କ୍ଷୀରି ,ପୁରିରେ
ଭରିଯାଏ ମନ
ସାଙ୍ଗ ସଙ୍ଗାତ ର ମେଳରେ
କମିଯାଏ ସାରା ଦିନ......
ରଜପର୍ଵ ଝିଅମାନଙ୍କ ପର୍ଵ
ତିନି ଚାରି ଦିନ ଘରେ କାମ ଵନ୍ଦ
ବୁଲି ବୁଲି ସାହି ସଙ୍ଗାତରେ
ଵିତିଯାଏ ଦିନତମାମ
ରଜ ଆଣେ ଖୁସି ଉଲ୍ଲାସ ....
ସବୁଥର ପରି ଏଥର ଆସିଛି
ରଜ
ନାହିଁ ଖାଲି ବନ୍ଧୁ ମିଳନ
କୋରନା ଆତଙ୍କରେ
ମନରେ ଭରିଛି ବିଷାଦ
ଘରେ ରହି ହେଵା ସୁରକ୍ଷିତ।
ତେଜସ୍ଵିନୀ ସାମଲ
ରାଜକନିକା, କେନ୍ଦ୍ରାପଡ଼ା
ଅଧ୍ୟାପିକା
ତୁଳସୀ ମହିଳା ମହାବିଦ୍ୟାଳୟ






No comments:
Post a Comment