ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ରଜ ସଜ - ଅଶୋକ କୁମାର ପ୍ରଧାନ , ଢେଙ୍କାନାଳ

       ରଜ ସଜ
        =====
                                       

ଆଷାଢ଼ ମାସ ଚତୁର୍ମାସ୍ୟା ବ୍ରତର ପ୍ରଥମ ମାସ,
ଚାରିମାସ ମୁନି ସାଧକ ସାଧନେ ହୋଇ ନିବିଷ୍ଟ ll

ଦାମ୍ପତ୍ୟ ଜୀବନର ଏହା ସମ୍ଭୋଗ ଶ୍ରେଷ୍ଠ ମାସ,
ମେଘଦୂତେ ଉଲ୍ଲେଖ କରି ଥିଲେ କାଳିଦାସ ll

ବିରହ ଯକ୍ଷ ପ୍ରେରିତ ମେଘ ଅଳକା ପୁରିରେ,
ସମ୍ବାଦ ଦେବା ପାଇଁ ବିରହିଣୀର ଗବାକ୍ଷରେ ll

ମେଘ ସାଥେ ମାଟି ମାଆ ହୋଇବ ମିଳନ,
ରଜସ୍ବଳା ହୋଇ ଶେଷେ କରେ ଋତୁ ସ୍ନାନ ll

ଋତୁସ୍ନାନ ପରେ ହୁଏ ପ୍ରଜନନକ୍ଷମ,
ରଜ ତିନିଦିନ ଯାଏଁ ମିଳଇ ବିଶ୍ରାମ ll

ମାତୃ ଜାତିି ଉତ୍ସାହ ନିମନ୍ତେ ରଜପର୍ବ,
କୁଆଁରୀ ଝିଅ ଶିକ୍ଷା ସଂସ୍କାର ସରବ ll

କଟା ବଟା କାର୍ଯ୍ୟ ମଧ୍ୟରୁ ପାଇବେ ବିରତି,
ଭୂମି କର୍ଷଣରୁ ଧରା ଲଭିବ ରିହାତି ll

ଅଭିଆଡ଼ି ପିନ୍ଧି ଶାଢୀ ରଜଦୋଳି ଖେଳ,
ପୁଚି ବୋହୁଡୁଡୁ ଶୃଙ୍ଗାରେ ବିହ୍ୱଳ ll

ଭୂଇଁରେ ନ ଚାଲି କଠାଉ ଖୋଳପା ପିନ୍ଧନ୍ତି,
ପୋଡ଼ପିଠା ପାନ ମିଠା ଚକୁଳି ଖାଆନ୍ତି ll

ଦିଏ ନିଏ ଖାଏ ଖୁଆଏ ପଚାରେ ଗୋପନେ କୁହେ,
ଏହି ଛଅ ନିବିଡ଼ତାର ଗାଥା ଗାଇଯାଏ ll

ତାମ୍ବୁଳ ସେବନେ ଜଗନ୍ନାଥ ନିଦ୍ରା ଯାନ୍ତି,
ରଜ ପାନ ପରିତୋଷେ ମୁଖବାସ ପଂକ୍ତି ll

ବନସ୍ତେ ଡାକିଲା ଗଜ ଶୁଭେ ଦୋଳିଗୀତ,
ପାଳନ୍ତି ସଭିଏଁ ରଖି ସାମାଜିକ ଦୂରତ୍ୱ ll

           ======@======

ଅଶୋକ କୁମାର ପ୍ରଧାନ
ତର୍କାବେଡା, କଡଲା
ଜିଲ୍ଲା - ଢେଙ୍କାନାଳ
ମୋ - 9556666355
Email - ashok80pradhan@gmail.com

No comments: