ରଜ ମଉଜ
********
ବାର ମାସେ ତେର ପରବ
ତା' ମଧ୍ୟେ ଶ୍ରେଷ୍ଠ ରଜ ପରବ
ଓଡିଆ ସଂସ୍କୃତି'ର ଗର୍ବ ଗୌରବ
ସାଥୀ ହୋଇ ପାଳିବା ରଜ ପରବ।
ପବନେ ଝୁଲଣା ଫୁଲେଇ ହେଲାଣି
ଆକାଶ ମାଟିର ଏ ପୁରୁଣା କାହାଣୀ
ପହିଲି ଆଷାଢେ ପହିଲି ବରଷା ସାଥେ
ସଜେଇ ହୁଏ ପ୍ରକୃତି ରାଣୀ ।
ପହିଲି ବର୍ଷାର
ଭିଜା ଭିଜା ଓଦା ମାଟିର ବାସ୍ନା
ଆଉ ତା' ସାଥେ
ଦର ପୋଡା ପିଠା ଓ ପାଚିଲା ପଣସର
ମହ ମହ ବାସ୍ନା ।
ରଜ ଏ ରଜ
ବରଷକେ ଥରେ ଆସିଛି ରଜ
ବନସ୍ତେ ଡାକୁଛି ଗଜ
ଆସ ହେବା ସଜବାଜ
ସଭିଏଁ କରିବା ସାଥୀ ହୋଈ
ରଜ ମଉଜ ।
କୁଆଁରୀ ଝିଅ ଅଳତା,ମେହେନ୍ଦି,କୁକୁମରେ
ସଜେଇ ହୋଇ
ଦିଶଇ ସରଗର ପରୀ ,
ନୂଆ ସାଧବ ବୋହୁ
ନାଲି ଟୁକୁ ଟୁକୁ ପାଦେ ଦିଶଇ
ସାକ୍ଷାତ ଦେବୀ ପରି ।
ବରଷକେ ଥରେ ଦୋଳି ଖେଳ ପାଇିଁ
ମନ ହୁଏ କେତେ ଉଛ୍ଛନ୍ନ
ବରଷକେ ଥରେ ରଜ ମଉଜ ପାଇଁ
ଦେଖିଛ କେତେ ସପନ ।
ପହିଲି ରଜ'ର ପହିଲି ସଜବାଜ
ପହିଲି ଫୁଲ ଦୋଳି ସାଥେ
ରଜ ଦୋଳି ଗୀତର ସ୍ବର
ଆଉ ତାସ ,ଲୁଡୁ ,କବାଡି ,ପୁଚି'ର ଆସର ।
ରଜ ଖିଲି ବିଡିଆ ପାନ
କିଣି ନିଏ ସେତ ଚାୋରା ପ୍ରିତି'ର ମନ
ରଜ ପୁଣି କେବେ ଆସିବ କେଜାଣି
ଭାବୁଥାଅ ନିତି ରାତି ଦିନ ।
ରଜ ପରବ ଓଡିଆ ଗୌରବ
ଆମ ସଂସ୍କୃତି ଆମ ପରମ୍ପରା
ବଞ୍ଚାଇ ରଖିବା
ଓଡିଶାର ମାନ ଦେଶ ବିଦେଶେ
ଟେକ ରଖିବା ।
ପାଗଳ ସତ୍ୟ
ସତ୍ୟବାନ ନାୟକ
କୋଡଗମ୍ଭୀର,ଚଣ୍ଡିଗାଁ,ଚରମ୍ପା,ଭଦ୍ରକ
ମୋ = ୮୫୯୯୮୮୫୮୫୭
ଇମେଲ = satyabannayak1995@gmail






No comments:
Post a Comment