ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ରଜ ପର୍ବ - ଆଶିଷ କୁମାର ବାରିକ , ବଲାଙ୍ଗୀର


******ରଜ ପର୍ବ******

ବାର ମାସେ ହୁଏ ତେଏର ପରବ
ରୀତି ନୀତି ପରମ୍ପରା
ତୁଙ୍କ ଆଦର୍ଶ ର ଦୃଶ୍ୟ ଝଳସଇ
ସମ୍ନାନେ ରାଇଜ ସାରା

ଆଷାଢ଼ ଆରମ୍ଭେ ଜ୍ୟେଷ୍ଠ ର ଶେଷେ
ଆସିଅଛି ପରା ରଜ
ଆସ ହେ ସଙ୍ଗାତ ସମୟ ହେଲାଣି
ସକଳ ହୋଇଣ ସଜ

ଟୁପୁରୁ ଟୁପୁରୁ ଆକାଶ ମାର୍ଗରୁ
ବରଷା ପଡୁଛି ଝରି
ପହିଲି ବର୍ଷାର ପହିଲି ମେଘରେ
ଦେଉଛି ଶୀତଳ କରି

ରଜସ୍ୱଳା ହୁଅଇ ମା ବସୁମତୀ
ସୃଷ୍ଟିର ସମ୍ଭାର ନେଇ
ରଜ ପର୍ବ ଆଣେ ଖୁସିର ପୁଲକ
ଏ ସାରା ଜଗତ ପାଇଁ

ଝୁମ ଝୁମ ବାଜେ ପାଦର ପାଉଁଜି
ଲାଗେନା ଭୂଇଁରେ ପଦ
ରଜ ଦୋଳି ସଂଗେ ମଧୁର ସଙ୍ଗୀତ
ଗୁଂଜେ ଖୁସିର ଶବଦ

ରଜ ଖିଲି ପାନ, ପୋଡ଼ପିଠା ଖାଇ
ଆନନ୍ଦେ ଦୋଳିବା ଦୋଳି
ଆମ୍ବ, ଜାମୁ କୋଳି ଫଳ ମୂଳ ସବୁ
ଏକାଠି ଖାଇବା ତୋଳି

ଗାଆ ଠୁ ସହର ସବୁ ସଜବାଜ
ଥାଆନ୍ତି ଏକତ୍ର ମେଳି
ପ୍ରତିଟି ମନରେ ରଜ ରହିଯାଏ
ଖୁସିର ମହଲ ଖେଳି

ପ୍ରଥମେ ପହିଲି ରଜ ଆଗମନ
ରଜ ର ମଉଜ ସାଜି
ଦ୍ବିତୀୟେ ଆସଇ ମିଥୁନ ସଂକ୍ରାନ୍ତି
ହସର ଶବଦ ବାଜି

ତୃତୀୟ ଦିନରେ ବାସିରଜ ଆସେ
ଗାଇଣ ରଜ ର ଗାଥା
ଶେଷରେ ଆସଇ ବସୁମତୀ ସ୍ନାନ
ଏଇ ଚାରି ଦିନ କଥା

ରଜ ମଉଜର ଅଭୁଲା ସମୟ
ବରଷକୁ ଆସେ ଥରେ
ଥରେ ଚାଲିଗଲେ ଆର ବରଷ କୁ
ମନ ତ, ତା ପାଇଁ ଝୁରେ

ରଜ ଆସେ
ଗାଁ ଦାଣ୍ଡରେ
ସହର ବଜାରରେ
ଚଳ ଚଞ୍ଚଳ ହୋଇଉଠେ କୁମାରୀ ମନ
ପୁଣି ରଜ ନେଇ ଆସେ
ବର୍ଷା ଭିଜା ମାଟିର ସୁଗନ୍ଧ
କୁଆରୀ ପାଦର ଅଳତା

ରଜ ଆସେ
ସଜବାଜରେ
ପୋଡ଼ପିଠାରେ
ରଜରେ ଭାସିଆସେ ଦୋଳିର କଟମଟ ଶବ୍ଦ
ରଜ ହେଉଛି ଆନନ୍ଦର ପର୍ବ, ଶୃଙ୍ଗାରର ପର୍ବ

*******************************
ଆଶିଷ କୁମାର ବାରିକ
ସିହିନୀ, ବେଳପଡା, ବଲାଙ୍ଗୀର
9938330874/ 9438051786
*******************************

No comments: