ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ରଜ ମଉଜ - ବିଶ୍ବଜିତା ବରାଳ (ଆଚାର୍ଯା) , ଗଞ୍ଜାମ

     “ରଜ ମଉଜ

*******************************
ବରଷ ଅନ୍ତରେ ଆସିଛି ରଜ ଆସ ହେବା ସଜବାଜ।
ଦେହରେ ହଳଦୀ,ହାତରେ ମେହେନ୍ଦି
ସରାଗେ ଘେନିବା ଆଜ।।
ପାଦ ଧାରେ ଦେଇ ସରୁ ଅଳତା ଲୋ ମଥାରେ ମଣ୍ଡି କୁଙ୍କୁମ।
ଆସ ଗୋ ସହିଲି ଖେଳିବା ରଜ ଦୋଳି,ପୁଞ୍ଚି ଆଉ କ୍ଯାରମ ।।
ସରାଗେ କରିଛି ବୋଉ ଆମ ପାଇଁ ଅରିଶା, କାକରା, ମଣ୍ଡା ।
ଯନ୍ତିଛି ଯତନେ ପୋଡ଼ପିଠା କେତେ କାଟି ଖାଅ ମୁଣ୍ଡା ମୁଣ୍ଡା ।।
ଦୋଳି ଝୁଲଣରେ ସଜେଇ ଝୁଲିବା ଗାଇଗାଇ ରଜ ଗୀତ।
ମେଳି ମେଳି ହୋଇ ଖେଳିବା ସଭିଏଁ ଆସଲୋ ବଉଳ ମିତ ।।
ଖିଲିପାନ ଖାଇ ସାଙ୍ଗସାଥୀ ହୋଇ କରିବା ଆଜି ମଉଜ।
ଘରେ ଘରେ ଲୁଡୁ,ତାସପାଲିରେ ମଜ୍ଜିଛନ୍ତି ନୂଆ ଭାଉଜ।।
~~~~~~~~~~~~~~~~~~~~~~~
ବିଶ୍ବଜିତା ବରାଳ (ଆଚାର୍ଯା)
ସ.ଶି.ବି.ମ. ଛତ୍ରପୁର, ଗଞ୍ଜାମ।

No comments: