ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ରଜ ପିଠା - ମୀର ମୁସ୍ତାକିମ ଅଲ୍ଲୀ , କୋରାପୁଟ

            ରଜ ପିଠା

ରଜ ରଜ ରଜ  ହୋଇ ସଜବାଜ
ରଜ ପିଠା ଲାଗେ ମିଠା,
ରଜ ଦୋଳି ଖେଳି ଖେଳି
ଦେଖି କରି ବଜା ତାଳି ଠ ଠା
ରଜ ପିଠା ଲାଗେ ମିଠା,
ରଜ ଖେଳ ବଗୁଡି ତାଶ ପଶା
ରଜ ପୋଡ଼ ପିଠା ଲାଗେ ମିଠା,
ରଜ ସମ୍ଭାର ପିତ୍ରାଳୟରୁ କନ୍ୟାଲାଗି
ଆମ୍ବ,ସପୁରୀ,କଦଳୀ,ନଡ଼ିଆ
ରଜ ପିଠା ଲାଗେ ମିଠା,
ରଜ ନିଷିଦ୍ଧ ଧାନ କୁଟା ମସଲା ଵଟା
ହେଲେ ରଜ ପିଠା ଲାଗଇ ମିଠା ।
            
             ମୀର ମୁସ୍ତାକିମ ଅଲ୍ଲୀ
             ରାମ ନଗର,କୋରାପୁଟ

No comments: