ଏ ବରଷ ର ସ୍ବତନ୍ତ୍ର ରଜ
-----------
ବରଷକେ ଥରେ ଆସିଛି ରଜ
ସାଥିରେ ଆଣିଛି ଭିନ୍ନ ମଉଜ।
ନବ ବସ୍ତ୍ର ପରିଧାନ କରିବା
ନୂଆ ରଙ୍ଗେ ଆଜି ରଜ ପାଳିବା।
ଆସ ପୋଡପିଠା କରି ଭୋଜନ
ଓଠ ରଙ୍ଗେଇବା ଖାଇଣ ପାନ।
ନଯିବା ପାର୍କ, ନ ଯିବା ମନ୍ଦିର
ଯିବା ନାହିଁ ପୁଣି ଦୋଳି ଉପର।
ଏକ,ଦୁଇ,ଚାରି,ବହୁତ ମିଶି
ତାସ୍ ଖେଳିବାନି ଏକାଠି ବସି।
ଲକ୍ ଡାଉନ୍ ନିୟମ କୁ ମାନିବା
ଘରେ ରହି ଆଜି ରଜ କରିବା।
ଏହାକୁ ମାନିଲେ ସୁସ୍ଥ ରହିବା
ଆର ବରଷକୁ ରଜ ପାଳିବା।
ନାମ-ଲକ୍ଷ୍ମୀପ୍ରିୟା ସ୍ବାଇଁ
ଠିକଣା-ବୋଧଙ୍ଗ,ନିଶ୍ଚିନ୍ତକୋଇଲି,କଟକ






No comments:
Post a Comment