ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ନାରୀ ସଶକ୍ତିକରଣ - ସନାତନ ଦାସ , ଜଗତସିଂହପୁର


ବଦଳୁଛି ଆଜି ଦୁନିଆ,
ନାରୀ ସଶ୍ତିକରଣର ଆହ୍ୱାନରେ...
ନାରୀ - ଏକ ନୁହେଁ ସେ ଅଟେ  ଅନେକ ,
ମାତା, ଭଗ୍ନୀ, ଜାୟା କେତେଯେ ରୂପରେ,
ପାଲଟିଛି ସ୍ନେହ, ମମତା ଆଉ ଭଲପାଇବା ର
ଅସରନ୍ତି ଉତ୍ସ...!

ଚାରିକାନ୍ଥ ଡେଇଁ ପୁରୁଷର ପାଦରେ
ପାଦ ମିଶାଇ ଚାଲିବାର କରିଛି ସାହସ,
ଅବଳା ନୁହେଁ ସେ ଦୂର୍ବଳା ନୁହେଁ,
ଦଶ ଭୁଜା ସେ ମା ଦୂର୍ଗାଙ୍କ ପରି..!
ସବୁ କାର୍ଯ୍ୟ ରେ ସେ ସିଦ୍ଧହସ୍ତl,
ରୋଷେଇଘର ରୁ ସଂସଦ ଯାଏ,
ଗାଆଁ ରାସ୍ତାରୁ ମହାକାଶ ଯାଏ,
ଘର ଚାଳନା ରୁ ପ୍ରଶାସିକl ଯାଏ,
କଉଡ଼ି ଖେଳରୁ ଅଲମ୍ପିକ୍ ଯାଏ,

ସବୁ କ୍ଷେତ୍ରରେ ସେ ସଗର୍ବେ ବିଦ୍ୟମାନ....!

ନୂତନ ଆଶାର ଆଲୋକ ଦେଖାଇ
ବାଧା ବିଘ୍ନକୁ ପାଦରେ ଆଡେଇ,
ଆଗେଇ ଚାଲିଛି ସେ ସଶକ୍ତ ହୋଇ
ସଫଳତାର ହସ୍ତାକ୍ଷର ଦେଇ
ସମାଜର ହୀନ ମାନସିକତା କୁ
ସକାରାତ୍ମକ ଧାରାରେ ପୋଛିଦେଇ..!

ହେ ନାରୀ..!!
ଦେଶର ସ୍ଥିତିକୁ ସଶକ୍ତ ପାଇଁ,
ଆହୁରି ତୁମେ ଜାଗ୍ରତ ହୁଅ,
ଅହଲ୍ୟା ନ ହୋଇ ହୁଅ ଲକ୍ଷ୍ମିବାଈ
ପଥରର ଛାତି ଚିରି...!!!

ହୁଅ ସଶକ୍ତ, ହୁଅ ଏକତ୍ରିତ
ବଦଳାଇ ଦିଅ ଭ୍ରମ ଚିନ୍ତାଧାରା
କଳୁଷିତ ସମାଜର ପରିଚୟ
ନାରୀ ସଶକ୍ତିକରଣର ମଶାଲ ହୋଇ
ଆଲୋକିତ କରି ଏ ଧରା ପୃଷ୍ଠକୁ..!!


ନାମ - ସନାତନ ଦାସ
ପିତା - ନିରଞ୍ଜନ ଦାସ
ଗ୍ରାମ/ପୋ. ଅ.-  ସଅଁରା, 
ଭାୟା - ନାଲିବର
ଜିଲ୍ଲା -  ଜଗତସିହପୁର
ପିନ୍ - ୭୫୪୧୦୪
ଫୋନ -୯୭୭୬୪୧୪୮୦୫

No comments: