ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ନାରୀ ସଶକ୍ତିକରଣ - ସୁଦାମ ଦଳବରା , ଗଞ୍ଜାମ

* ନାରୀ  ସଂଶକ୍ତିକରଣ *

ନୁହେଁ ମୁଁ ଦୃବଳା ନୁହେଁ ମୁଁ ଅବଳା
ଭାବ ନାହିଁ ମୋତେ ଛୋଟ
ସବୁ କାର୍ଯ୍ୟରେ  ଆଗଭର ପାଇଁ
କରୁଅଛି ଆଜି ମୁଁ ଶପଥ ।।

ଘୋଡ଼ା ଚଢା ଠାରୁ ଘାସ କଟା ଯାଏ
ଆସୁ ଅଛି ମୋତେ ଆଜି
ହାରିଯିବି ଭାବି ଡରି ଯିବି ନାହିଁ
ଆଗକୁ ଆଗକୁ ଯିବି ମୁଁ ମାଡି ।।

ଆକାଶେ ଉଡିବା ଦେଶ ଚଳାଇବ
ସବୁ ଆଜି କରୁଅଛି
ନାରୀକୁ ଛୋଟିଆ ନଭାବିବ ମନେ
ସର୍ବେ ବିରାଜ ମାନ କରନ୍ତି ।।

ଜାୟା, ଭଗ୍ନ ଭରିଯା କେତେ ରୂପ ମୋର
ମୁଁ ତ ସବୁଠାରେ ରହିଥାଏ
କେତେବେଳେ କେଉଁ ରୂପରେ ଆସଇ
ସୃଷ୍ଟି ଠାରୁ ନାସ ଯାଏ ।।

ନାରୀ ବିନା ପୁରୁଷ ଜୀବନ ଅଧୁରା
ସୃଷ୍ଟିରୁ ଯେ ରହିଅଛି ।
ସଭିଏ ଆମେତ ପରିପୂରକ ଯେ
ପଥ ଚାଲୁଥିବା ମିଶି ।।

ନାରୀ କି ପୁରୁଷ ନୁହେଁ କେହି ଭିନ୍ନ
ସଭିଏଁ ଆଜିରେ ସବୁଠି ସମାନ
ସବୁ କାର୍ଯ୍ୟ ଆଜି ନାରୀ କରୁଅଛି
ଦେଶ ପ୍ରଗତି ଯୋଡି ସେ ହୁଅନ୍ତି ।।

ନାରୀ ସଂଶକ୍ତିକରଣ କେତେ ଯେ ପ୍ରଚେଷ୍ଟା
କେତେ ପଦକ୍ଷେପ କରଛନ୍ତି ସରକାର
ନାରୀ ହେଲେ ଶିକ୍ଷିତ  ଦେଶ ଯେ ବଢିବ
ସୁନାସଂସାର ଝଲସି ଉଠିବ ।।

 ଶ୍ରୀ ସୁଦାମ ଦଳବରା
ତୁରୁମୁ, ଭଞ୍ଜନଗର, ଗଞ୍ଜାମ
ଦୂରଭାଷ-୯୪୩୯୩୨୩୯୪୨

No comments: