ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ନାରୀ ସଶକ୍ତିକରଣ - ବିଜୟଲକ୍ଷ୍ମୀ ଭୋଇ , କଟକ

ନାରୀ ସ୍ନେହମହୀ 
                ମମତାର ପ୍ରତିମୂର୍ତ୍ତି 
ତା 'ହୃଦୟ କୋମଳତା ପୂର୍ଣ୍ଣ  ।
ସମସ୍ତଙ୍କୁ କରି ଆପଣାର
                  ଗଢି ତୋଳିଥାଏ ,
   ଏକ ସୁନ୍ଦର ପରିବାର ।
ବେଦନାର କୋହରେ 
               ନିତି ଜଳୁ ଥାଏ
ଲୁହକୁ ଲୁଚାଇ ମୁରୁକି ହସେ
ଟିକେ କରେନି ପ୍ରତିବାଦ କାରଣ
ସେ ସହନଶୀଳତା ପ୍ରତକ।
କେତେ ନିର୍ଯାତନା
           ଘୃଣା, ଅପବାଦ ସହି
ପଡିରହିଥିବା, ଭାଗ୍ୟକୁ ଆଦରି ।ଜୀବନର ପ୍ରତି କ୍ଷଣେ
      ପରିକ୍ଷାଶୀଳ ମନୋଭାବରେ
ନାରୀ ଚାଲିଥାଏ ଏକା ।
ହିଂସା, ସ୍ଵାର୍ଥ ମନଭାବ ନେଇ
ମଣିଷ ବଞ୍ଚିଛି ଆଜି।
ନାରୀର ସମ୍ମାନକୁ ଲୁଟି
              ସମାଜକୁ ଦେଖାଏ,
ସ୍ବାଭିମାନର ଭାବମୂର୍ତ୍ତି ।
                              
      

ନାମ - ବିଜୟଲକ୍ଷ୍ମୀ ଭୋଇ 
ନାହଳପୁର, କଟକ

No comments: