ନାରୀଙ୍କ ଜୀବନ କଣ୍ଟକିତ ମୟ
ପୁରୁଷ ସମାଜ ଆଗରେ
ପୁରୁଷ ଜାତିଟା ହୀନ ଦୃଷ୍ଟିମୟ
ସଦାଚିତ୍ତ ଉପଭୋଗରେ ll
ଉପରେ ଉପରେ କରନ୍ତି ପ୍ରଶଂସା
ଅନ୍ତ ଜଳୁଥାଏ ପାପରେ
କୁ ବାସନା କୁ ପ୍ରକୃତି ସବୁକୁ
ମୁଠେଇ ଧରିଛି ହୃଦରେ ll
କେବଳ ପୁରୁଷ କହିଦେଲେ ଭୁଲ
ଶତ୍ରୁବି ନାରୀର ନାରୀଟି
ଭୃଣ ହତ୍ୟାଠାରୁ ବଧୂ ହତ୍ୟା ଯାଏ
ହାତ ରଖିଥାଏ ସବୁଠି ll
ଗାନ୍ଧାରୀ ପୁଟୁଳି ବାନ୍ଧିଦେଇ ସବୁ
ଧରନ୍ତି ନାରୀଙ୍କ ନିକିତି
ନାରୀପାଇଁ ବାଜେ ସବୁଠି ଭାଷଣ
ବଢୁଛି ଯେମିତି ପୀରତି ll
ଦିନ ଦ୍ବି ପ୍ରହରେ ନାରୀ ଭୁ ଲୁଣ୍ଠିତ
ଆସାମୀ ବୁଲୁଛି ବାହାରେ
ଜନ୍ମହେବା ଆଗୁ ଭୃଣଟିର ହତ୍ୟା
କୁକୁର ଖାଉଛି ଝୁଣିରେ ll
ଗରିବ ପିତାଟି କନ୍ୟାଦାନ କରେ
ଅଜଣା ଦଲାଲ ହାତରେ
ମଲାକି ବଞ୍ଚିଲା ଖବର ମିଳେନା
ଇଏ ଗୋଟେ କନ୍ୟାଦାନରେ ll
ଯୌତୁକ ବିରୋଧୀ ଭାଷଣ ଦିଅନ୍ତି
ଶାଶୁ ବାହାଦୁରି ମାରିରେ
ନବବଧୂ ଟିକୁ ତଣ୍ଟି ଚିପିଦେଇ
ରୋଦନ କରନ୍ତି ମିଛରେ ll
ଶିଶୁ କନ୍ୟା ଠାରୁ ବୃଦ୍ଧାନାରୀ ଯାଏ
ଧର୍ଷିତା ହୁଅନ୍ତି ରାସ୍ତାରେ
ପାଠପଢା ପାଇଁ ବାପ ଡ଼ରୁଅଛି
କାଳେ କିଛିହେବ ସ୍କୁଲରେ ll
କେମିତି ହେବ ଏ ସଶକ୍ତିକରଣ
ନାରୀଙ୍କ ମଙ୍ଗଳ ମନାସି
ସଭିଙ୍କ ମନରେ ପାପ ବସାବାନ୍ଧେ
କେହି ନୁହଁନ୍ତି ମୁନିରୁଷି ll
ଦେବୀ ରୂପେ ନାରୀ ବିରାଜିତ ଭାବି
ଯେବେ ସେ ପାଇବ ସମ୍ମାନ
ସେଦିନ ଜାଣିବ ନାରୀଟି ସ୍ୱାଧୀନ
ସଫଳ (ନାରୀ) ସଶକ୍ତିକରଣ ll
ଶରତ କୁମାର ପ୍ରଧାନ
ଖମାର, ଅନଗୁଳ
9937899344
No comments:
Post a Comment