କୃଷକ
***********
ଦୁନିଆଁ କୁ ଯିଏ ଆହାର ଯୋଗାଏ
ସିଏ ତ କୃଷକ ଭାଇ
ସମାଜ ରେ ତାକୁ ସମ୍ମାନ ମିଲୁ
ଅସମ୍ମାନ ନ କରନ୍ତୁ କେହି ...୧
ମାଟିରେ ମାଟି ହୋଇ କୃଷକ
ଫଲାଏ ଫସଲ ସୁନା
ତାର ପରିଶ୍ରମ କୃଷକ କର୍ମ
ମହତ ପଣରେ ଗଣା........୨
ଗ୍ରୀଷ୍ମ ବର୍ଷା ଶୀତ କାକର
ନଥାଏ କୃଷକ କୁ ଡର
ହାଡ଼ଭଙ୍ଗା ପରିଶ୍ରମ କରି
ପୋଷିନିଏ ନିଜ ପରିବାର.......୩
ହଲ ଲଙ୍ଗଲ ବିଳ ତା ପାଇଁ ବଲ
ବର୍ଷା ଅଟଇ ସାର
ବରଷିଲେ ପାଣି ମୂଷଲ ଧାରରେ
କୃଷକ ର ଦୁଃଖ ହୁଏ ଦୂର......୪
ପୋକ ଜୋକ ଠାରୁ ରକ୍ଷା କରେ
ଧାନରେ ଦେଇ ଉଷୋ ସାର
ରକ୍ଷା କରି ନ ପାରିଲେ ଧାନକୁ
ନିଜେ ଖାଇ ଶୋଇଦିଏ ଜହର.....୫
କିଟ ଲାଗିଲେ ପଦ୍ମ ପାଖୁଡ଼ା ରେ
ଯେପରି ପଦ୍ମ ପାଖୁଡ଼ା ଯାଏ ସଢି
ରୁଣ ଭାର କୃଷକକୁ କଷ୍ଟ ଦିଏ
କୃଷକ ଆଗକୁ ନ ପାରେ ବଢି......୬
ଦୁନିଆଁ ହାଟରେ ଦୁନିଆଁ ବାଟରେ
କୃଷକ ବନ୍ଧୁ ମୋ ଭାଇ
ବିଳରେ କରେ କେତେ ପରିଶ୍ରମ
କୃଷକ ପରି ଆଉ କେହି ନାହିଁ.....୭
ନିଜ ପାଇଁ ଧାନ ରଖିପାରେ ନାହିଁ
ସାହୁକାର ପାଖରେ ଦିଏ ବିକି
ଖାଦ୍ୟ ବସ୍ତ୍ର ଔଷଧ ପାଇଁ ସବୁବେଳେ
ଟଙ୍କା ଦିରା କୃଷକର ମୂକ ସାକ୍ଷୀ...୮
କୃଷକ ଭାଇଠୁ ଏହି ଦୁନିଆଁରେ
କିଏ ହେବ କହ ବଡ଼
ସରକାର କୃଷକକୁ ସାହାଯ୍ୟ କରି
କୃଷକର ମନକୁ କର ଦୃଢ଼......୯
ମାଟି ମାଁ ପାଇଁ ମୁଠାଏ ମିଲେ ଦାନା
ପିନ୍ଧି ବାକୁ ମିଲେ ଗୁଟେ କନା
ମାଟି ମାଁର ଆଶ୍ରା ରେ ସଂସାର
ଜୟ କିଷାନ ଜୟ କିଷାନ ଉଡ଼େ କୃଷକ ର ବାନା.....୧୦
*************************
ପରେଶ କୁମାର ପରୁଆ
ସୁଭଦ୍ରା ନିବାସ ବିଶିପାଲି ଜମଲା ପଦମପୁର
ଜିଲ୍ଲା-ବରଗଡ ।
No comments:
Post a Comment