।।କୃଷକ।।
କୃଷକ କରଇ କୃଷିକାର୍ଯ୍ୟ ସେହିଁ
କେତେ ଯେ କଷଣ ସହିଁ
ଭୋକିଲା ପେଟରଭୋକସେ ମେଣ୍ଟାଏ
ନିଜେ ସେ ଦୁଃଖରେ ରହିଁ ।।
ଯେତେ ଥାଉ ଧନ ଯେତେ ଥାନ୍ତୁ ଜନ
କୃଷକ ନ କରେ ଚାଷ
ଧନ ପାଖେ ଥିବ ଜନ ପାଖେ ଥିବେ
ରହିଯିବ ଉପବାସ ।।
ମାଟି ସାଥେ ମାଟି ହୋଇଣ କୃଷକ
କୃଷିକାର୍ଯ୍ୟ କରିଥାଏ
ଖରା ବର୍ଷା ଶୀତ ନିଜେ ଦୁଃଖ ସହିଁ
ଆହାର ସିଏ ଯୋଗାଏ ।।
ଯେବେ ସରକାର କୃଷକ ଟିଏର
ନ ଶୁଣେ ଦୁଃଖର କଥା
କିଛି ବାଟ ସେହିଁ କୃଷକ ନ ପାଇଁ
କରିଥାଏ ଆତ୍ମହତ୍ୟା ।।
କୃଷକ ଦୁଃଖରେ କୃଷକ ସୁଖରେ
ରହିବା ଦେଇ ସମ୍ମାନ୍
ତେବେଯାଇ ଶୋଭା ପାଇବ କହିଲେ
ଜୟ ଜବାନ୍ ଜୟ କିଷାନ୍ ।।
ସୌମ୍ୟ ରଂଜନ ତ୍ରିପାଠୀ
ଟେଙ୍ଗରା ପଥର,ଖପ୍ରାଖୋଲ,
ବଲାଙ୍ଗିର ।
No comments:
Post a Comment