କୃଷକ :
~~~~~~~~~~~~~~~~~~~~
ଭାରତ ଆମର ଯେ' କୃଷି-ପ୍ରଧାନ
ଦେଶ ଅଟଇ ମହାନ,
ଶ୍ରମିକ ସୈନିକ କୃଷକ ମଧ୍ୟରେ
କୃଷକ ଯେ' ମହୀୟାନ ।
କାଦୁଅ - ପାଣିକୁ ସାଙ୍ଗ-ସାଥି କରି
ଖଟୁଥା'ନ୍ତି ରାତି-ଦିନ,
ଝଡ଼ - ତୋଫାନକୁ ଖାତିର ନ କରି
କୃଷି କର୍ମରେ ନିମଗ୍ନ ।
ଏକ ଶ' ଛତିଶ କୋଟି ଜନତାଙ୍କୁ
ଯୋଗାନ୍ତି ସର୍ବଦା ଅନ୍ନ,
ଜୀବନ'କୁ ବାଜି ଲଗାଇ ଖଟନ୍ତି
ଧନ୍ୟ ସେ' କୃଷକ ଧନ୍ୟ ।
ତଥାପି କାହିଁକି ଏ ସମାଜ ତାଙ୍କୁ
କରେ ହେୟ ପ୍ରତିପନ୍ନ,
ଲାଲ୍ ବାହାଦୂର ଶାସ୍ତ୍ରୀ କହିଲେ ବି
ଜୟ ଯବାନ - କିଷାନ !
ଆସ ଆସ ଭାଇ ଭଉଣୀ ସଭିଁଏ
କୃଷକଙ୍କୁ ଦେବା ମାନ୍ୟ,
ସେବା- ଶୁଶ୍ରୂଷା ଓ ସହଯୋଗ ବଳେ
ଦୁଃଖ କରିବା ନାଶନ !
କୃଷକ ଆମ୍ଭର ଯେ' ପରମ ବନ୍ଧୁ
ଆଗ ତାଙ୍କୁ ସନମାନ,
ତା'ପରେ ସାହିତ୍ୟ- ସଂସ୍କୃତିରେ ହେଉ
ସର୍ବେ ଭବନ୍ତୁ ସୁଖିନଃ ।
ଶମ୍ଭୁନାଥ ଦାସ (ମୁଖ୍ୟ ସ°ପାଦକ : ଅଭିଯାନ)
ସମ୍ଭ୍ରାନ୍ତ ଓଡ଼ିଆ ସାହିତ୍ୟ ପତ୍ରିକା / କୋଲକାତା
No comments:
Post a Comment