ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ରାକ୍ଷୀ - ଆଶୁତୋଷ ଠାକୁର , ବଲାଙ୍ଗିର

------ ରାକ୍ଷୀ ----------
--------------------------------
ବରଷକୁ ଥରେ ଶ୍ରାବଣ ମାସରେ
ଆସେ ଧରମର ସାକ୍ଷୀ
ନାଁ ଟି ତାର ରାକ୍ଷୀ
ଭାଇ ଭଉଣୀ ସ୍ନେହ ଶରଧାର
ସାକ୍ଷୀ ଅଟେ ରାକ୍ଷୀ ,,
ସୂତା ତାରେ ନୁହେଁ  ଫୁଲ ମାଲନୁହେଁ
ଭାବର ବନ୍ଧନ ରାକ୍ଷୀ
ରାକ୍ଷୀ କୁହେ ଭାଇ ଭଉଣୀର
ଗଭୀର ସ୍ନେହ ମମତାର କଥା
ଭାବର ବନ୍ଧନେ ବାନ୍ଧିହେଲେ ଥରେ
ଉଭେଇ ଯାଏ ସବୁ ରାଗ ରୁଷା
ରାକ୍ଷୀ ନିରାଧାର ପ୍ରେମର ବନ୍ଧନ
ତା ଠାରେ ସବୁରି ସଉକି ,,
ଗମ୍ଭା ପୁନି ଦିନ ସବୁ ଭଉଣୀ
ଏ ଦିନ କୁ ଥାଆନ୍ତି ଟାକି
ବାନ୍ଧି ଦେବା ରାକ୍ଷୀ ଦାଦା ଭାଇ ହାତେ
କେତେ ଉସଦ ଆନନ୍ଦ ହୋଇ
ଗହଗହ ସଉକିକରେ ମଙ୍ଗଳ କାମନା କରି
ବିଶ୍ୱାସର ଫୁଲ ଚନ୍ଦନ ଲଗେଇ ,,
ଭାଇଙ୍କ ଶୁଭ ମନାସି ସବୁ ବିପଦ ଆପଦ ରୁ
କର ଉଦ୍ଧାର , ଆହେ ନିଳାଚଲ ବାସୀ
ଆଜି ରାକ୍ଷୀ ପୁନେଇରେ ମନେ ପଡେ
ତୋର ସବୁ କଥା
ଘର ଅଗଣାରେ ତୋ ଖିଲି ଖିଲି ହଁସ
ଲାଗେ କେତେ ମିଠା ,,
ତୋ ପରି ଭଉଣୀ ପାଇ ମୁଁ ଆଜି
ନିଜକୁ ମାନେ ଧନ୍ୟ
ନିଜେ ରହି ଉପାସେ ଜାଗାର ଜାଲି
ମୋ ପାଇଁ ମାଗୁ ପୁନ୍ୟ
ରାକ୍ଷୀ ରେ ତୁ ଯୁଗ ଯୁଗ ର ସାକ୍ଷୀ
ଭାଇ ଭଉଣୀ  ସମ୍ପର୍କର ସେତୁ
ରାକ୍ଷୀ ପୁନି ଦିନ ଆସି ତୁ
ସାରା ଜଗତର ସୁଖ ଦୁଃଖ
କଥା ସବୁ  ବୁଝୁ ,,
ତୁ ଭଉଣୀ ନୁହେଁ ମୋର ବନ୍ଧୁଟିଏ
ମୋ ଓଠତଳ କଥା ବୁଝି
ବାପା ମାଁଆ ଙ୍କୁ  ଜଣାଇ
ମୋପାଇଁ ସବୁ ଖଞ୍ଜୁ
ଆଜି ରାକ୍ଷୀ ପୁନେଇ ରେ
ଆସ ସଭେ  ଶପଥ କରିବା
ସବୁ ଭଉଣୀଙ୍କ ସୁରକ୍ଷା
ପାଇଁ ଅଣ୍ଟା ଭିଡ଼ିବା ,,
ଦୁନିଆଁ କୁ ଦେଖେଇ ଦେବା
ଭାଇ ଭଉଣୀ କିହେ
କାହାରିଠୁ କମ୍ ନୁହଁନ୍ତି
ସଭିଏ ସମାନ ଏ ଦେଶ ପାଇଁ
ତାଙ୍କୁ ଛାଡି ଆଗକୁ କଳ୍ପନା
ବି କରିହେବ ନାହିଁ ।


କବି- ଆଶୁତୋଷ ଠାକୁର , ମଣ୍ଡଲ,
ବଲାଙ୍ଗିର, ମୋବା-୯୯୩୭୯୩୩୧୧୪,

No comments: