---- ରାକ୍ଷୀ -----
ମୁଁ ଭୁଲି ଯାଇଛି ଭଉଣୀ ଭୁଲିନି
ରକ୍ଷା ବନ୍ଧନକୁ ଆଜି
ରାକ୍ଷୀ ଥାଳ ଧରି ଭଉଣୀ ପହଞ୍ଚେ
ମୋ ପାଖେ ସେ ହସିହସି !
ଆନନ୍ଦର ସୀମା ନାହିଁ,
ଭାଇ -ଭଉଣୀଙ୍କ ଏ ସ୍ନେହ ମମତା
ଯୁଗେ ଯୁଗେ ଥାଉ ରହି ll
ହାଟ ବଜାରର ମିଳୁଅଛି ସିନା
ଏ ନୁହେଁ ରେଶମୀ ଡୋରି
ଭାଇ ଭଉଣୀଙ୍କ ସ୍ନେହର ବନ୍ଧନ
ଏ ଅଟେ ସମ୍ପର୍କ ଡୋରି ll
ଶ୍ରୀକୃଷ୍ଣଙ୍କ ହସ୍ତେ ଦ୍ରୌପଦୀ ବାନ୍ଧିଲେ
ସେ ଦିନ ପଣନ୍ତ କାନି
କୁରୁସଭା ତଳେ ଦ୍ରୌପଦୀ ଡାକିଲେ
କୋଟି ବସ୍ତ୍ରଥିଲେ ଦେଇ ll
ପ୍ରତି ଭଉଣୀଙ୍କ ହରି ପରି ଭାଇ
ଆସ ହୋଇବା ଆମେ
ନାରୀଙ୍କୁ ସମ୍ମାନ ମଣିଷ ପଣିଆ
ମନରେ ଭାବିବା ଆମେ ll
🖋️-ସୁଶାନ୍ତ ରଣା
🏡ତେରେସିଂହା, ଜି. କଳାହାଣ୍ଡି
No comments:
Post a Comment