---- ରାକ୍ଷୀ ------
ଜନମ ହୋଇଲୁ ସରୁ ସୂତା ଠାରୁ
ନାଆଁଟି ତୋହର ରାକ୍ଷୀ,
ଭାଇ ଭଉଣୀର ରାକ୍ଷୀ ବନ୍ଧନରେ
ଅଟଇ ତୁ ମୁକ ସାକ୍ଷୀ | (1)
ଭାରତ ବର୍ଷରେ ପୁରାଣ ଶାସ୍ତ୍ରରେ
ଯୁଗେ ଯୁଗେ ପରା ସାକ୍ଷୀ,
ହିନ୍ଦୁ ମାନଙ୍କର ପବିତ୍ର ବନ୍ଧନ
ଇତିହାସେ ଅଛୁ ରାକ୍ଷୀ | (2)
ଉତ୍କଲର ପର୍ବ ଜଗତେ ପ୍ରସିଦ୍ଧ
ଅଟଇ ପୁରୀ ଶ୍ରୀ କ୍ଷେତ୍ର,
ସୁଭଦ୍ରା ଭଉଣୀ ରାକ୍ଷୀ ବାନ୍ଧିଥିଲେ
ବଲରାମ ଜଗନ୍ନାଥ | (3)
ରାକ୍ଷୀ ବାନ୍ଧଥିଲେ ପୃଥିବୀ ମାଆ ଯେ
ଚନ୍ଦ୍ରକୁ ବୋଇଲେ ଭାଇ,
ମାଆର ଭାଇକୁ ଆମେ କହିଥାଉ
ମାମୁଁ ପରା ଅଟେ ସେହି | (4)
ଶିଶୁ ପାଲ ବଧ କରିଣ ଶ୍ରୀ କୃଷ୍ଣ
ଚକ୍ର ଫେରିଥିଲା ହାତେ,
କୃଷ୍ଣ ହାତ,କ୍ଷତ ଦେଖିଣ ଦୌପଦୀ
ରାକ୍ଷୀ ବାନ୍ଧିଲେ ପଣତେ |(5)
ପାତାଲ ପୁରରେ ବଲି ଯେ ଥାଇଣ
ବିଷ୍ଣୁଙ୍କୁ କଲେ ପ୍ରସନ୍ନ,
ଲକ୍ଷ୍ମୀ ଦେବୀ ରାକ୍ଷୀ ବଲିଙ୍କୁ ବାନ୍ଧିଣ
ସ୍ବାମି ଙ୍କୁ ପାଇ ଉଚ୍ଛନ୍ନ | (6)
ମୋଗଲ ସମ୍ରାଟ ହୁମାଯୁନ ଙ୍କର
ହାତରେ ରହିଛି ରାକ୍ଷୀ,
ରାଣୀ କର୍ଣ୍ଣାବତୀ ରାକ୍ଷୀ ବାନ୍ଧି ଥିଲେ
ଇତିହାସ ପରା ସାକ୍ଷୀ |(7)
ତୁହିଁ ପରା ରାକ୍ଷୀ ସଭିଙ୍କ ଆଦର
ଲାଗି ଥାଉ ସଂକଳ୍ପରେ,
ଗୋ ମାତା ଠାରୁ ଯେ ଧାନବିଲ ଯାଏ
କଳ୍ପନା ଥାଏ ମନରେ |(8)
ଭାଇ ଭଉଣୀର ଅତୁଟ ବନ୍ଧନ
ଅଟଇ ପରାତୁ ରାକ୍ଷୀ,
ଭାଇର ଜୀବନ ସୁରକ୍ଷା କରିବୁ
ଦେଉଅଛି ତୋତେ ସାକ୍ଷୀ |(9)
ଓଡିଆ ଜାତିର ରାକ୍ଷୀ ପୁନି ପର୍ବ
ବରଷକୁ ଥରେ ଆସେ,
ରାକ୍ଷୀର ସମ୍ପର୍କ ରକ୍ଷାର କବଚ
ଦେଇଥାଉ ଆମ ପାଶେ |(10)
ସ୍ନେହ ମମତାର ପବିତ୍ର ବନ୍ଧନ
ଯୁଗେ ଯୁଗେ ରହିଥାଉ,
ଭାଇ ହାତେ ରାକ୍ଷୀ ବାନ୍ଧିଣ ଭଉଣୀ
ସଂସ୍କୃତି ଯେ ବନ୍ଚିଥାଉ | (11)
ଧନରେ, ମୋ ଧନ, ଜୀବର ଜୀବନ
ଆଜି ପରା ରାକ୍ଷୀ ଦିନ,
ଭାଇ ଭଉଣୀର ପବିତ୍ର ବନ୍ଧନ
ରହି ଥାଉ ଚିରଦିନ |(12)
ନାମ-ଭୀଷ୍ମଦେବ ମେହେର
ଗ୍ରାମ-ଖଇର ପାଲି
ଜିଲ୍ଲା-ବରଗଡ
ମୋ- 9178416579
No comments:
Post a Comment