" କୃଷକ"
ଉଡା ବୁଡା ଚଳ ଅଚଳ ସହିତ
ସର୍ବେ ବ୍ରହ୍ମରୁ ଜନମ
ମନମୟ କୋଷ ପ୍ରାଣମୟ କୋଷ
ଅନ୍ନ ମୟ କୋଷ ଜାଣ....
* ଓଁ କାରୁ ହେଲା ସମ୍ଭୂତ
ବ୍ରହ୍ମରୁ ସର୍ବେ କ୍ଷରିତ
ତିଷ୍ଠି ରହିଅଛି ସୃଷ୍ଟି
ଅନ୍ନ କାରଣ.....( ୧ )
ଜଳ ବାୟୁ ପରି ଧାନ୍ୟ ଶସ୍ୟ ଜାଣ
ସକଳ ପ୍ରାଣ ରକ୍ଷକ
ଏ ଜୀବ ଜଗତ ତିଷ୍ଠିଛି ଯା' ଲାଗି
ନମସ୍ୟ କୃଷି ' କୃଷକ '
* କୃଷକ ଲୈ।ହ ମାନବ
କୃଷକ ଦେଶ ଗୈ।ରବ
ସଂଘର୍ଷରୁ ସଞ୍ଜୀବନୀ
କରେ ଉତ୍ପନ୍ନ ...( ୨ )
ଯାର ତ୍ୟାଗବଳେ ଏ ମହି ମଣ୍ଡଳେ
ସଦା ହସେ ସୁନାକ୍ଷେତ
ଭଳି ଭଳି ଶସ୍ୟ ହୁଏ ଉତ୍ପାଦିତ
ବଞ୍ଚଇ ଜୀବ ଜଗତ -
* ଧନ୍ୟ ମାଟିର ମଣିଷ
ସବୁରି ଭାଗ୍ୟ ଭବିଷ୍ୟ
କୃଷି କୃଷକର ଦାନ
ସଦା ମହାନ୍ (୩)
ବଦଳିଛି ନୂଆ ନୂଆ କଉଶଳ
କୃଷି ବିଜ୍ଞାନ ଭିତ୍ତିକ
ହୀନ ଜଳର ବୃଷ୍ଟି ଦୈବ ଦୁର୍ବିପାକ
ସମସ୍ୟା ଲଭେ କୃଷକ-
* ସମାଜ ତା'ପାଇଁ ଠିଆ
ଯୋଜନା ନୂଆ କୁ ନୂଆ
ସୁଖ ଦୁଃଖ ଜୀବନର
ପରିପୂରକ.....( ୪ )
ଭାରତ ମାତାର ସନ୍ତାନ ଆମେରେ
' କୃଷି' ଆମ ମୂଳ କର୍ମ
ସବୁରି ଉନ୍ନତି କୃଷି ମୂଳଭିତ୍ତି
ମାଟି ମାଆ ସେବା ଜାଣ,
* ଜୟ ଯବାନର ଜୟ
ଜୟ କିଷାନର ଜୟ୍
ଅଖଣ୍ଡ ଭାରତ ସଦା
ଆମ ମହାନ୍.....!!
( ୫ )
----------------------------------------
ସ୍ୱାଧୀନ ଚନ୍ଦ୍ର ଜେନା
ନବରଙ୍ଗପୁର
No comments:
Post a Comment