କୃଷକ
************
ମୁଁ ଜଣେ କୃଷକ
ଖରାତରା ସହି
ଅହନିଶି ଖଟେ
ମୁଁ ଵର୍ଷକ ।।
ସଭିଙ୍କ ତୁଣ୍ଡରେ ଦବାକୁ
ମୁଁ ଦାନା ନେଇଛି ପଣ
ସେଥିପାଇଁ ନିଦାଘ ଗ୍ରୀଷ୍ମରେ
ମୋର ହେଉ ପଛେ ମରଣ ।।
ସଵୁଜ ଵିପ୍ଳବ ପାଇଁ
ହସ୍ତେ ମୋର ଅସ୍ତ୍ର
ହଳ ଲଙ୍ଗଳ
ମନେ ପାଞ୍ଚି
ସଭିଙ୍କ ମଙ୍ଗଳ ।।
ମରୁଡି ବନ୍ୟା
ପ୍ରାକୃତିକ ଦୁର୍ଵିପାକେ
ଉଜୁଡି ଯାଏ
ମୋ ଶସ୍ୟକ୍ଷେତ।।
ଅର୍ଥାଭାଵେ ସରକାରଙ୍କ
ପାଖରେ ପତାଏ ମୁଁ ହାତ ।।
ଋଣ ଭାରରେ ଆଜି
ଵଙ୍କା ମୋର ମେରୁଦଣ୍ଡ
ସେଥିପାଇଁ ବାଛିନିଏ
ଶ୍ରେୟସ୍କର ମୋ
ପାଇଁ ମୃତ୍ୟୁଦଣ୍ଡ ।।
କେତେ ଧନିଏଁ
ଋଣ ନେଇ
ଦେଶେ ଵସିଛନ୍ତି
ହୋଇ ନିର୍ଭୟ
ସରକାରଙ୍କ ଦ୍ୱାରା
ପ୍ରାପ୍ତ ଏମାନଙ୍କୁ ଅଭୟ ।।
ମୋ ଋଣ ପଛେ
ସଭିଏଁ ଗୋଡାନ୍ତି
ହୋଇ ନିର୍ଦ୍ଦୟ
ସେଥିପାଇଁ ମୁଁ
କାଲି ଵି ଗରିବ
ଆଜି ଵି ଗରିବ
ଗରିବ ରହିଵି ସଦେୟ ।।
କାଳିଆ ବଳିଆ ଯୋଜନାରେ
ନ ପୁରେ ମୋ ପେଟ
ଭୋକେ ହୁଅନ୍ତି ମୋ
ପରିବାର ଛଟପଟ ।।
ଆଧୁନିକ ପ୍ରଣାଳୀରେ
ଶିଖେଇ ଵୋଲି ଚାଷ
ସରକାର ମୋର
ଦିଏ ପ୍ରତିଶ୍ରୁତି ।।
ଯୋଜନା ଫଳପ୍ରଦ
ହେବା ପୂର୍ବରୁ
ହୁଏ ଏଠି ଇତି ।।
ଶିକ୍ଷିତ ଦେଶବାସୀ ମୋର
ଦିଏନି କେବେ ମୋତେ
ମାନ ସନମାନ।।
ଏଵେ ଵି ସେମାନଙ୍କ
ଦୃଷ୍ଟିରେ ମୁଁ
ମୂର୍ଖ ,ନିହାତି ହୀନ ।।
ଅଵକାରୀ ଜିନିଷ ଯେତେ
ହେଉ ପଛେ ମହଙ୍ଗା
ଏମାନଙ୍କର ନ ଥାଏ ନିଘା ।।
କୃଷିଜାତ ଜିନିଷ ଟଙ୍କାକରୁ
ଦିଟଂକା ହେଲେ ଏମାନଙ୍କର
ଉଡିଯାଏ ହଂସା ।।
ଯେବେ ଦେଶଵାସୀ ଵୁଝିବେ
ମୋ ପରିଶ୍ରମର ମୂଲ୍ୟ
ସେବେ ଅନାହାର ଆଉ ଫାଶୀରେ
ମୁଁ ମରିଵିନି ଵଢିଯିବ ମୋ ମୂଲ୍ୟ ।।
ତପସ୍ବିନୀ ରଥ
କେନ୍ଦ୍ରାପଡା
No comments:
Post a Comment