ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ରାକ୍ଷୀ - ସସ୍ମିତା ଦାସ , ଢେଙ୍କାନାଳ

     ------ ରାକ୍ଷୀ ----
କରୋନାରେ କବଳିତ
ବର୍ତ୍ତମାନର ଏ ଜନ ଜୀବନ
କରୋନା କଟକଣାରେ ପୁଣି
ଆଜିର ରକ୍ଷା ବନ୍ଧନ
ଆତଙ୍କିତ ମନ ପୁଣି 
ଝୁରେ ଆମ ସଂସ୍କୃତି
ଭଉଣୀଟି ଦୂରେ ଥାଇ 
ଭାବୁଛି ଅତୀତର ରାକ୍ଷୀ
ଜୀବନଶୈଳୀ ଭଳି ବଦଳିଛି 
ନିୟମ ଚଳଣିରେ ଆମ
ତଥାପି ବଦଳିବ ନାହିଁ ଆମ
ସଂସ୍କୃତିର ମାନ
ଶ୍ରାବଣ ପୂର୍ଣ୍ଣମୀ ଦିନ 
ରାକ୍ଷୀ ବନ୍ଧନର ଦିନ
ଭାବର ପରବ 
ଏ ରାକ୍ଷୀ ପୂର୍ଣ୍ଣମୀ ଉତ୍ସବ
   ଶ୍ରୀବଳଦେବଙ୍କ 
ଏହି ଦିନ ଜନ୍ମୋଉତ୍ସବ
ଗୋମାତା ଙ୍କୁ ପୂଜିବା ଯେ
ଆମ ସଂସ୍କୃତି ଗୌରବ
ରାକ୍ଷୀର ଡୋରରେ ଥାଏ 
ଭଉଣୀର ସ୍ନେହ
ଆଜି ଦୂରରେ ରହି ଭଉଣୀ
ସ୍ମରୁଛି ଭାଇର ସେନେହ
ରାକ୍ଷୀ ନୁହେଁ ଏକ ଡୋର 
ସେ ତ ଶାଶ୍ୱତଭାବର ସଂପର୍କ
ଯେତେ ଦୂରେ ଥାଉ ଭାଇ
ଭାଇର ଶୁଭ ମନାସୁଛି 
ଏଠି ଭଉଣୀର ସ୍ନେହ
ଅନ୍ତରମନରେ ଭକ୍ତିଭରେ ଆଜି 
ସମୟ ସ୍ଥିତିରେ ଆଜି ସାମାଜିକ ଦୂରତ୍ୱରେ ରହି
ଭାଇର ଦୀର୍ଘାୟୁ କାମନା କରେ
ପ୍ରଭୂଙ୍କ ପାଖରେ
ଭକ୍ତି ଚିତ୍ତେ ମୁହିଁା

ସସ୍ମିତା ଦାସ
ଗାୟତ୍ରୀନଗର,ଢେଙ୍କାନାଳ

No comments: