ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ରାକ୍ଷୀ - ସରୋଜ କୁମାର ସାହୁ , କଟକ

       ରାକ୍ଷୀ
,,,,,,,,,,,,,,,,,,,,,,,,,,,,,
ଶ୍ରାବଣମାସର ପୂଣ୍ଣିମାତିଥିଟି
ଗହ୍ମାପୂଣ୍ଣିମାର ଦିନ
ଅତି ଆନନ୍ଦରେ ପୂଜନ୍ତି ଗୋମାତା
ଶୂଦ୍ଧପୂତ କରି ମନ।
ଧନସମ୍ପଦରେ ହୁଏନାହିଁ ମାପି
ମୂଲ୍ୟ ତାର ଲକ୍ଷେଗୁଣ
ଭାଇଭଉଣୀର ସ୍ନେହ ପ୍ରେମ ବନ୍ଧା
ରାକ୍ଷୀପୂଣ୍ଣିମାଟି ଜାଣ।
ସୂତାଖିଅ ନୁହେଁ ପବିତ୍ରବନ୍ଧନ
ଭାଇଭଉଣୀର ମଧ୍ୟେ
ଭାବରଡୋରିରେ ବନ୍ଧାହୋଇ ଯେବେ
ଭାଇଟିଏ ରାକ୍ଷୀ ବାନ୍ଧେ।
ବିପଦଆପଦୁ ହେବାପାଇିଁ ସାହା
ଭାଇ କରିଥାଏ ଶପଥ
ଶରଧାରେ ତାକୁ ଦିଅଇ ଆଶିଷ
କୁସୁମିତ ହେଉ ପଥ।
ଭୁଲି ଯିବିନାହିଁ ଭାଇର କର୍ତ୍ତବ୍ୟ
ଦୁଃଖ ସୁଖ ତୋର ବୁଝି
ଜୀବନଟା ସାରା କରିଲେ ବି ସେବା
ପାରିବିନି ଋୁଣ ସୁଝି।
ଦ୍ବାପରଯୁଗରେ କୃଷ୍ଣଙ୍କ ହାତରେ
କୃଷ୍ଣା ବାନ୍ଧିଥିଲେ ରାକ୍ଷୀ
କୋଟିବସ୍ତ୍ର ଦେଇ ନିବାରିଲେ ଲଜ୍ୟା
କୁରୁସଭା ଥିଲା ସାକ୍ଷୀ।
ପ୍ରଭୁ ବଳରାମ ରୁକ୍ମିଣୀ ଗର୍ଭରୁ
ଜନମ ଏହି ଦିନେ
ଜଗାବଳିଆଙ୍କ ହାତରେ ସୁଭଦ୍ରା
ବାନ୍ଧନ୍ତି ପବିତ୍ର ମନେ।

      ସରୋଜ କୁମାର ସାହୁ
     ଆଠଗଡ,କଟକ
   ୯୩୪୮୫୭୫୨୨୪

No comments: