କୃଷକ
*****
ମୁଁ କୃଷକ ,
କୃଷି ମୋର ତପ,
କୃଷି ମୋର ଯୋଗ,
କୃଷି ମୋର ଧ୍ୟାନ,
କୃଷି ମୋର ଜୀବନ ଜୀବିକା।
ମୁଁ କୃଷି ଯୋଗୀ,
କୃଷି କରି ଦେଶ ଗଢେ,
ପରିବାର ବଢେ,
ଦେଶର ବିକାଶେ ମୋର କାମନା।
ମାଟିର ମଣିଷ ମାଟିରେ ଜୁଝେ,
ଦେଶ ସମ୍ବୃଦ୍ଧିରେ ଜୀବନ ଜଡେ।
ଖରା ବରଷା କୁ ଖାତିର ନଥାଏ,
ପାଣି କାଦୁଅରେ ଦିନ ବିତାଏ।
କୃଷକ ଭାବରେ ଗର୍ବ ଅନୁଭବେ,
ଦେଶର ଶସ୍ଯ ଭଣ୍ଡାର ଭରେ।
କୃଷି କାମରେ ଆନନ୍ଦ ଆଣେ,
କର୍ମ କରି ମନରେ ସନ୍ତୋଷ ଭରେ।
ଦେଶ ଗଠନରେ ମୋର ଭୂମିକା,
ଖାଦ୍ୟ ଯୋଗାଇ ଭୋକ ମାରିବା।
କୃଷି ଭଲ ହେଲେ ବିକାଶ ବଢେ,
ଦରଦାମ ବୃଦ୍ଧି ରେ ଅଙ୍କୁଶ ଲାଗେ।
କୃଷି କୃଷକ ର ଉନ୍ନତି ହୋଇବ,
ଦେଶରୁ ଦାରିଦ୍ର୍ୟ ନିଶ୍ଚେ ଦୂରେଇ ଯିବ।
କୃଷକ ଭାଇର ସମ୍ମାନ କରିବା,
କୃଷି କୁ କେବେ ହେୟ ନ ମଣିବା ।
କୃଷକ ହେଉଛି ,
ମାଟିର ମାଲିକ, ମାଟିର ପୂଜାରୀ,
ନୁହେଁ ଅହଂକାରୀ,ନୁହେଁ ଅତ୍ୟାଚାରୀ
ସେ ଆମଉପକାରୀ ,ଦେଶ ହିତକାରୀ।
ସାରଦା ପ୍ରସାଦ ଆଚାର୍ଯ୍ୟ
ଯୋଡା -କେନ୍ଦୁଝର
ଭୁବନେଶ୍ବର -ଖୋର୍ଦ୍ଧା
୯୪୩୭୬୧୧୮୯୧।
No comments:
Post a Comment