ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

କୃଷକ - ସୁଶ୍ରୀ ମନ୍ଦାକିନୀ ପାଢୀ , ବରଗଡ଼

   " କୃଷକ"

କୃଷକଟିଏ💐
         ସୁନା ଫଳାଏ ମାଟି ତା'ର
          ସୁଖ ଦୁଃଖ ର ସାଥି ରେ
          ମନ ହୃଦୟ ତରଳି ଯାଏ
          ଦେଖି ତା'ର ପରିଶ୍ରମ
          କର୍ମଠ ତା'ର ମହିମା ବେଶୀ
          ପାରିବ  ମାପି କିଏ ।୧ ।

କୃଷକ ଟିଏ💐
        ସୁଧାରି ନିଏ ବିଷାଦ ତା'ର
    ଶ୍ୟାମଳ ସବୁଜିମା ରେ ଭରପୂର
    ସଚ୍ଚୋଟେ ବୁଣଇ ମଞ୍ଜି ବସନ୍ତରେ
       ଅମଳ କରଇ ଶରତରେ
       ଚାଷ ଦିଏ ବାସ,ଜୀବନ ଦିଶା
       ଜୀବନ ହୁଏ ଆସ ଜୀବନରେ
                                       
କୃଷକ ଟିଏ💐
     ଝାଳ ବୁହାଏ
      ଶ୍ରମ ହିଁ ତା'ର ଆନନ୍ଦ
        ସୁଖ ର ଦିଏ ସତଞାନ
        ସକାଳ ହେଲେ ପୁରୁବ ଦିଗେ
          ଉଦୀୟମାନ ରବି
     ଶ୍ୟାମଳ ବନ ସବୁଜ କ୍ଷେତ୍ରରେ
         ସୁନ୍ଦର ଦୃଶ୍ୟ ର ଛବି
       ଗରୀବ ହେଉ ମୁଲିଆ ହେଉ
          କୃଷକ ଭାଈ ମହାନ ।୩
      
  କୃଷକ ଟିଏ 💐
    ତତଲା ଆଖିର ସ୍ଵର୍ଣ୍ଣିମ ସ୍ଵପ୍ନ ରେ
    ଗ୍ରାମ ଉପକଣ୍ଠ ହରିତ୍ କ୍ଷେତରେ
       ସ୍ଵର୍ଣ୍ଣ ଶୀର୍ଷ ଶସ୍ୟ ଆଭା
   ହାତଠାରି ଡାକେ ଲଙ୍ଗଳ ଶିଆର
  ବୀଥିକା ଘେରା ତା ପ୍ରିୟ ଆଧାର ୪          
   
କୃଷକ ଟିଏ 💐
     ମାଟିର ମହକେ ବୁକୁ ଭରିଦିଏ
      ମାଟିର ମଣିଷ ହାରେନି କେବେ
       କୃଷକ ଭାଈ ମହାନ
        ପହିଲି ଆଷାଢ଼
          ମେଘ ପଟୁଆର
          ପହିଲି ପରଶେ
     କୃଷକର ସ୍ପର୍ଶ ପାଇଁ
       ଇନ୍ଦ୍ରଧନୁ ର ସପ୍ତରଙ୍ଗ
         ସପନ ଦେଖେ
        ଭରପୂର ସୁନାକ୍ଷେତ ।୫ ।

କୃଷକ ଟିଏ 💐
    ମନ ମାରି ଦିଏ ତାର
       ଉର୍ବୀ ଧରଣୀ ଫାଟି ଆଁ କଲେ
     ଶତ ଶତ ଯୁଗ ର ତୃଷା ତୁର
          ମାଟି ରେ ପ୍ରତୀକ୍ଷା ର ଅନ୍ତ
             ହୁଏ ‌ ନାହିଁ
         ‌ଯୋଜନା ସବୁ କୁ ଆଦରି
            ବଞ୍ଚି ଯାଏ
         ‌ ମୁହଁ ରେ ହସ ଫୁଟାଇ ।୬ ।


ସୁଶ୍ରୀ ମନ୍ଦାକିନୀ ପାଢୀ
ରାଜନୀତି ବିଜ୍ଞାନ ଅଧ୍ୟାପିକା
ପଦ୍ମପୁର
ଜିଲ୍ଲା:- ବରଗଡ
ପିନ୍:- ୭୬୮୦୩୬

No comments: