କୃଷକ
🌾🌾🌾🌾🌾🌾
ଓଠେ ଛନ ଛନ ହସ ଝରାଇ,
ତୁଣ୍ଡରେ ଶ୍ରମ ର ସଙ୍ଗୀତ ଗାଇ,
ପଖାଳ ମୁଠିଏ ପେଟରେ ଦେଇ,
ଚାଲି ଯାଏ ହଳ,ଲଙ୍ଗଳ ନେଇ।
କପାଳ କୋଷରୁ ଝରାଇ ଲହୁ,
କ୍ଷେତରେ ଖେଳାଏ ଫସଲ ଢେଉ,
ତାକତ ଜେତକ ନିଗାଡି ଦେହୁ,
ଆହାର ଯୋଗାଏ କୃଷକ ସେହୁ।
କାହାକୁ ତିଳେ ତା ନଥାଏ ଡର।
ମାଟି ମା ଅଟେ ଜୀବନ ତାର।
ସ୍ଵାଭିମାନୀ ସେ ଯେ ସାହାସୀ ଚୀର।
କୃଷକ ପୁଅ ସେ ମାଟିର ନର।
ଶ୍ରମ ବଳେ ସେ ଯେ ଚଳାଏ ଦେଶ।
ସବୁରି ପେଟ କୁ ଯୋଗାଏ ଶସ୍ୟ।
କୁହୁକ ଭରା ତା ହାତ ପରଶ।
ସବୁଜିମା କରେ ଧରଣୀ ବେଶ।
ମାଟି ର ମଥା କୁ ଓଠରେ ଚୁମି,
ପୂଜା କରେ ସଦା ପାଦେ ତା ନମି।
ମାଟି ଅଟେ ତାର କରମ ଭୂମି।
କୃଷକ ଭାଇ ସେ ଜଗତ ପ୍ରେମୀ।
କା ସାଥେ କେବେ ତା କପଟ ନାହିଁ।
ଖଟେ ସେ ସର୍ବଦା ଜଗତ ପାଇଁ।
ଧନ୍ୟ ଧନ୍ୟ ତୁମେ କୃଷକ ଭାଇ।
ତବ ଚରଣ ବନ୍ଦୁଛି ଜୟନ୍ତୀ ମୁହିଁ।🙏🙏🙏
ଜୟନ୍ତୀ ବେହେରା
ମାହାଙ୍ଗା, କଟକ।
No comments:
Post a Comment