ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ରାକ୍ଷୀ - ହରିହର ଭୂକ୍ତା , ଅନୁଗୁଳ

                       " ରାକ୍ଷୀ "

      ଦ୍ବାପରର  କଥା        ଏବେ ମଧ୍ୟ ଗାଥା
                ଯୁଗ ଯୁଗ ଅଛି ରହି
      ଶିଶୁପାଳ ବଦ୍ଧ      କରିଥିଲେ କୃଷ୍ଣ
               ଚୁଣ୍ଣ କଲେ ଗର୍ବ ତହିଁ       ।

    ସୁଦର୍ଶନ  ଚକ୍ରେ         ଆପଣା ଦେହର
                ଅଙ୍ଗୁଳି ହୋଇଲା କ୍ଷତ 
     ଦେଖିଣ ପାଞ୍ଚାଳୀ      ସହି ନ' ପାରିଲେ
                କ୍ଷତରେ ବାନ୍ଧିଲେ ବସ୍ତ୍ର    ।

     କୃଷ୍ଣ ଦେଲେ କଥା       ହେ ଦ୍ରୋପଦ ସୂତା
                   ଭଗିନୀ ତୁମୋ ସ୍ନେହର
      ଚୀର ଦିନ ପାଇିଁ          ରକ୍ଷା ମୁ' କରିବି
                   ଏହି ବଚନ ମହୋର    ।

      ସେହି ଦିନ ଠାରୁ          ଆଜି କଳିଯୁଗେ
                  ରାକ୍ଷୀ ବନ୍ଧନ ହେଉଛି
        ଭାଇର ହାତରେ       ଭଉଣୀ ସେନେହେ
                  ରାକ୍ଷୀଟି ବାନ୍ଧି ଦେଉଛି     ।

        କେତେ ତୀର୍ଥ ବାର         କେତେ ଓଷା ବ୍ରତ
                     ଭାଇର ଶୁଭ ମନାସୀ
        ଭଉଣୀ ସେନେହେ         ଭାଇର ହାତରେ
                    ବାନ୍ଧି ଦିଏ ରାକ୍ଷୀ ହସି      ।

        ଭାଇ ଦିଏ କଥା            ଭଉଣୀ କୁ' ତାର
                    ରକ୍ଷା କରିବି ମୁ ତୋତେ
        ଦୁଃଖ କି ବିପଦ         ଛାଇ ମାଡିବନି
                      ଭରଷା କରତୁ ମୋତେ     ।

         ପୂଣ୍ୟ ନୀଳାଚଳେ         ସୁଭଦ୍ରା ଭଗିନୀ
                 ଦୁଇ ଭାଇଙ୍କ ମଧ୍ୟରେ
          ବିଜେ କରିଛନ୍ତି         ଜଗତି ଉପର
                 ରତ୍ନ ମଣ୍ଡପ  ଉପରେ    ।

        ପବିତ୍ର ବନ୍ଧନ           ଏ ରାକ୍ଷୀ ବନ୍ଧନ
                 ଦ୍ବାପରର ରିତି ନୀତି
        ଆଜିବି ଭଉଣୀ         ସ୍ନେହ ମମତାରେ
                ଭାଇ ହାତେ ବାନ୍ଧେ ରାକ୍ଷୀ     ।

      ଜେତେ ଦିନ ସୂର୍ଯ୍ୟ         ଚନ୍ଦ୍ର ଆତ ଯାତ
                 ଧରା ପୃଷ୍ଠେ ହେଉ ଥିବ
      ସେତେ ଦିନ ଯାଏ          ଭାଇ ଭଉଣୀକୁ
                ରକ୍ଷା ନୀତି କରୁଥିବ     ।

       ଗହ୍ମା ପୂର୍ଣ୍ଣିମାରେ          ବନ୍ଧା ହୁଏ ରାକ୍ଷୀ
                    ପ୍ରତ୍ୟେକଙ୍କ ଗୃହେ ଗୃହେ
       ଭାଇ ଭଉଣୀର           ଦିନଟିଏ ଏହା
                 ପୋଥି ପୁରାଣ ବି' କହେ       ।

      ହରିହର ଭୂକ୍ତା , ତାଳଚେର, ଅନୁଗୋଳ
        ଦୂରାଭାଷନଂ-୮୯୧୭୬୩୬୪୨୨

No comments: