** ରାକ୍ଷୀ **
ପବିତ୍ର ସମ୍ପର୍କ ସେତୁ ସ୍ନେହ ମମତାର
ଭାଇ ଭଉଣୀ ସମ୍ପର୍କ ଯୁଗେ ଯୁଗେ ସାର।
ଐତିହାସିକ କାହାଣୀ ଶାସ୍ତ୍ର ପୋଥି ମତେ
ପୁରାଣ ବର୍ଣ୍ଣିତ ତଥ୍ୟ ରାକ୍ଷୀର ମହତ୍ତ୍ୱେ ।।
ଜଗନ୍ନାଥ ପ୍ରେମୀ ଏଠି ସନାତନ ଧର୍ମର
ଭାଇ ଭଉଣୀର ରାଷ୍ଟ୍ର ଯଥା ବଡ଼ଠାକୁର ।
ଯୁଗ ଯୁଗର ମହତ୍ତ୍ୱ ଏଇ ଆମ ସଂସାର
ପୂର୍ଣ୍ଣମୀ ତିଥି ଗହ୍ମାର ପର୍ବ ଏତ ସ୍ନେହର ।।
ସମ୍ମାନର ଡୋରୀଟିଏ ରକ୍ଷାର ସେ କବଚ
ଭଉଣୀ ପାଇଁ ଭାଇର ପ୍ରତିଶୃତି ସନ୍ତକ ।
ଅନାବିଳ ଶ୍ରଦ୍ଧା ଭକ୍ତି ଭଲମନ୍ଦ ଜୀବନେ
ଆତ୍ମସମ୍ମାନ ସାଥୀରେ ହସ ଖୁସି ସପନେ ।।
ପବିତ୍ର ରାକ୍ଷୀର ଗଣ୍ଠି ଦେଇଥାଏ ସାହସ
ସତେକି ଅଭୟ ବର ଭଉଣୀର ସାବାସ ।
ଯୁଗ ପରିବର୍ତ୍ତନର ମୂଲ୍ୟ ବୃଦ୍ଧି ଘଟିଛି
ରକ୍ଷୀର ପାଉଣା ପାଇଁ ଭଉଣୀଟେ ରୁଷୁଛି ।।
ପରିବାର ହସ ଖୁସି ବାପା ମାଙ୍କ ଗହଣେ
ସୁନ୍ଦର ପରିବେଶରେ ହଜେ ତନୁ ପରାଣେ ।
ଆନନ୍ଦାଶ୍ରୁ ଝରିପଡେ ବାପାମାଆଙ୍କ ଆଖିରେ
ଆଶିର୍ବାଦ ମୁଖ ବାଣୀ ସଦା ରୁହ ଖୁସିରେ ।।
ପବିତ୍ର ରକ୍ଷାବନ୍ଧନ ସ୍ନେହ ଶ୍ରଦ୍ଧା ଭକ୍ତିର
ଭାଇ ଭଉଣୀ ସମ୍ପର୍କ ଯୁଗେ ଯୁଗେ ଅମର ।
ଉତ୍ସାହିତ କରୁଥୁବା ସମ୍ପର୍କର ଧାରାକୁ
ଜଗନ୍ନାଥ ଆଶିର୍ବାଦ କରିଥାନ୍ତୁ ସଭିଙ୍କୁ ।।
--- ଭୈରବ ଚନ୍ଦ୍ର ବେହେରା ଜାମୁଁନାଳିଆ,ମଇଦାନକେଲ୍,କେନ୍ଦୁଝର ।
M - 6370093548 .
No comments:
Post a Comment