.....କୃଷକ....
କୃଷକ ଆମେ କୃଷକ ଆମେ
କାମରେ ଥାଉ ମାତି
ମାନୁନା ଆମେ ଶୀତ କାକର
ବରଷା ଅବା ତାତି ।।
ଚାଷ କାମରେ କଟେ ସମୟ
ବରଷ ବାର ମାସ
ଲହୁ ଝାଳକୁ ଏକତ୍ର କରି
ଵିଲରେ ଦେଉ ଝାସ ।।
ଫଳାଉ ଆମେ ଫଳ ପରିବା
ଫୁଲ ଓ ଅନ୍ନମୁଠି
ସୁନା ଫସଲ ଦେଖିଲେ ଆମ
ମନ ପଡ଼ଇ ଫାଟି ।।
ମୁଠେ ପଖାଳେ ଆମ ଜୀବନ
ଆମ ପରି କେ ଆନ
ବାର ମାସରେ ବାର ପରବ
ଖୁସିରେ କଟେ ଦିନ ।।
ରଶ୍ମିତା ଦାସ
ହାଇଦ୍ରାବାଦ
***************
No comments:
Post a Comment