ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

କୃଷକ - ସୁରଥ କୁମାର ରାଉତ , କଟକ

      "କୃଷକ"
================
କୃଷକ ଭାଇରେ କୃଷକ ଭାଇ
    ସାରା ଜଗତକୁ ଚଳାଉ ତୁହି॥
ତୋ'ପରି ଆଉ ବା କିଏ ହୋଇବ
ସାରା ଜଗତକୁ ଆହାର ଦେବ।।
ଖରା ,ବରଷା ଆଉ ଶୀତ କାକର ରେ
 ବର୍ଷ ସାରା କେତେ ଖଟୁଥାଉ॥
ଦିନ ରାତି ମିଶି ଏକ୍ କରୁଛୁ
ତଥାପି ଥକି କେବେ ନ ଯାଉ॥
ବରଷା,ବତାସ ନାହିଁ ତୋ ଡର
ସତେ ଅବା ତୁ ମହାନବୀର॥
ମୁଣ୍ତ ଝାଳ ତୁଣ୍ତେ ମାରି ତୁହି
ଦେଶବାସୀ ମୁଖେ ଆହାର ଦେଉ॥
ଚାଷ ଅଛି ବୋଲି ମନରେ ଆନନ୍ଦ
ରହିଥାଏ ତୋର ଯେ କେତେ
ବଞ୍ଚିବା ପାଇଁ କି ଜୀବ ଜଗତକୁ
ତୁ ଆହାର ଯୋଗାଉ ସତେ॥
====================
ସୁରଥ କୁମାର ରାଉତ
ବନ୍ଧୁପୁର,ସମିତଙ୍ଗା,କଟକ

No comments: